Hockey

ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଓଡ଼ିଶା ବିଶ୍ୱକପ୍ ର ପ୍ରଚାର

ଚର୍ତୂଦଶ ହକି ବିଶ୍ୱକପର ସହଯୋଗୀ ଆୟୋଜକ ଓଡ଼ିଶା ପର୍ଯ୍ୟଟନ୍ ଲଣ୍ଡନରେ ଆୟୋଜିତ ବିଶ୍ୱ ପର୍ଯ୍ୟଟନ ମେଳାରେ ଅଂଶଗ୍ରହଣ କରିବା ସହ ସେଠାରେ ବିଶ୍ୱକପ୍ର ପ୍ରଚାର କରିଛି । ବିଶ୍ୱକପ୍କୁ ବିଶ୍ୱ ପର୍ଯ୍ୟଟନ ଶିଳ୍ପ ସହ ପରିଚତ କରାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନେତୃତ୍ବରେ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳ ଲଣ୍ଡନ ଯାଇଥିଲା। ଏହି ଦଳରେ ଓଡ଼ିଶା ପର୍ୟ୍ୟଟନର ନି ର୍ଦ୍ଦେଶକ ଅର୍ଚନା ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ବିଶ୍ବଜିତ ରାଉତରାୟ ଓ ପର୍ୟ୍ୟଟକ ଅଧିକାରୀ ଆର୍କେ ପଟ୍ଟନାୟକ ସାମିଲ ଥିଲେ।

ଲଣ୍ଡନ ବିଶ୍ବ ପର୍ୟ୍ୟଟନ ମେଳା ଚଳିତ ମାସ ୫ରୁ ୭ ତାରିଖ ପର୍ୟ୍ୟନ୍ତ ଆୟୋଜିତ ହୋଇଥିଲା। ଓଡ଼ିଶା ପର୍ୟ୍ୟଟନ ଷ୍ଟଲରେ କୋଣାର୍କ ସୂର୍ୟ୍ୟମନ୍ଦିର, ‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ସ୍ଲୋଗାନ ସ୍ଥାନ ପାଇଥିଲା। ଲଣ୍ଡନରେ ଆୟୋଜିତ ହୋଇଥିବା ମହିଳା ହକି ବିଶ୍ବକପ୍ ଅବସରରେ ମଧ୍ୟ ଓଡ଼ିଶା ପର୍ୟ୍ୟଟନ ‘ସକାଳେ ଓଡ଼ିଶା, ସଂଧ୍ୟାରେ ହକି’ ସ୍ଲୋଗାନର ବହୁଳ ପ୍ରଚାର କରିଥିଲା। ଯାହାର ଲକ୍ଷ୍ୟ ବିଶ୍ବକପ୍ ସହ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ ଦେଖିବାକୁ ଏଠାକୁ ଆସିବା ପାଇଁ ବିଦେଶୀ ପର୍ୟ୍ୟଟକଙ୍କୁ ଆକର୍ଷିତ କରିବା। ସୂଚନାଯୋଗ୍ୟ ଯେ ଗତବର୍ଷ ଓଡ଼ିଶାକୁ ୮୪,୬୫୮ ବିଦେଶୀ ପର୍ୟ୍ୟଟକ ଆସିଥିଲେ। ଚଳିତବର୍ଷ ବିଶ୍ବକପ୍ ପାଇଁ ଏହି ସଂଖ୍ୟା ଯଥେଷ୍ଟ ବଢ଼ିବାର ଆଶା ରହିଛି।

Related posts

କଳିଙ୍ଗ ଷ୍ଟାଡ଼ିୟମରେ ସର୍ବ ଭାରତୀୟ ହକି ପ୍ରତିଯୋଗିତା

Odisha Sports Bureau

ଆସନ୍ତା ବର୍ଷ ଜାନୁଆରୀ ମାସ ୧୫ ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ ୨୦୨୨

Odisha Sports Bureau

ଘୋଷଣା ହେଲା ମହିଳା ବିଶ୍ୱକପ ଦଳ

Odisha Sports Bureau