Hockey

ହକି ଫାଇନାଲରେ ଯୋଗ ଦେବେ ଷ୍ଟାର କ୍ରିକେଟର….

(ଓଡିଶା ସ୍ପୋର୍ଟ): କ୍ରିକେଟ ଦୁନିଆର ଭଗବାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟ ମ୍ ରେ ଆୟୋଜିତ ହେଥିବା ପୁରୁଷ ହକି ବିଶ୍ୱକପ୍ ରେ ଅନ୍ତିମ ଦିବସ ବା ଉଦ୍ୟାପନୀ ଉତ୍ସବରେ ଯୋଗ ଦେବାପାଇଁ ସେ ଭୁବନେଶ୍ୱର ଆସିବେ ବୋଲି ଜଣାଇଛନ୍ତି ।

ସେ ଏଥିରେ ଲେଖିଛନ୍ତି, ସମଗ୍ର ଦେଶ ହକି ବିଶ୍ୱକପ୍କୁ ସମର୍ଥନ ଜଣାଉଥିବାର ଦେଖି ମୋତେ ଆନନ୍ଦିତ ଅନୁଭବ ହେଉଛି। ଏପରି ବିଶ୍ୱସ୍ତରୀୟ ଆୟୋଜନ ପାଇଁ ସେ ଉଭୟ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ହକି ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି।

ସେ ଏହି ହକି ମହାକୁମ୍ଭକୁ ନିଜର ସମର୍ଥନ ଜଣାଇବା ପାଇଁ ସେ ଓଡ଼ିଶା ଆସୁଥିବା ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ଆସନ୍ତାକଲି ଭବ୍ୟ କଳିଙ୍ଗ ଷ୍ଟାଡିୟ ମ୍କୁ ଆସିବି, ସେଇଠି ଦେଖାହେବ।”

କିନ୍ତୁ ଦୁଃଖର କଥା ହେଉଛି, ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍ ରେ ଭାରତ ବିଦାୟ ନେଇସାରିଥିବାରୁ ଉଦ୍ଘାଟନୀ ଉତ୍ସବ ଭଳି ମାହୋଲ ଏତେ ଉତ୍ସାହଜନକ ନଥିବ।

Related posts

ଲୋକସେବା ଭବନରେ ଭାରତୀୟ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

Odisha Sports Bureau

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

Odisha Sports Bureau