Badminton

ଫାଇନାଲରେ ସିନ୍ଧୁ

(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା ଷ୍ଟାର ବ୍ୟାଡ୍ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଓ୍ବାଲର୍ଡ ଟୁର ଫାଇନାଲ୍ସ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ପ୍ରବେଶ କରିଛନ୍ତି। କ୍ରମାଗତ ଦ୍ୱିତୀୟ ଥର ପାଇଁ ସେ ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ଗତ ସିଜନର ରନର୍ସଅପ୍ ସିନ୍ଧୁ ଶନିବାର ଖେଳାଯାଇଥିବା ସେମିଫାଇନାଲରେ ରାତଚାନୋକ ଇଣ୍ଟାନନଙ୍କୁ ହରାଇ ଦେଇଛନ୍ତି। ୨୩ ବର୍ଷୀୟ ଭାରତୀୟ ଖେଳାଳି ୨୧-୧୬, ୨୫-୨୩ ଗେମ୍ରେ ମୁକାବିଲା ଜିତି ନେଇଛନ୍ତି। ଏହି ବିଜୟ ଲାଗି ୨୦୧୩ ସଂସ୍କରଣର ଚାମ୍ପିୟନ ସିନ୍ଧୁଙ୍କୁ ୫୪ ମିନିଟ୍ ଲାଗିଥିଲା। ମ୍ୟାଚ୍ ଆରମ୍ଭରୁ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ପ୍ରଥମ ଗେମ୍ରେ ଅପେକ୍ଷାକୃତ ସହଜରେ ଜିତିବା ପରେ ଦ୍ୱିତୀୟ ଗେମ୍ରେ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏଥିରେ ୧୮-୧୮ ଓ ୨୧-୨୧ ପଏଣ୍ଟରେ ସମାନ ସ୍ଥିତିରେ ରହିଥିଲା। ମାତ୍ର ସିନ୍ଧୁ କ୍ରମାଗତ ଚିରାଚରିତ ସ୍ମାଶ ଖେଳି ୨୫-୨୩ ପଏଣ୍ଟରେ ଇଣ୍ଟାନନଙ୍କୁ ହରାଇ ଦେଇଥିଲେ। ଏହା ଥାଇଲାଣ୍ଡର ଖେଳାଳିଙ୍କ ବିପକ୍ଷରେ ସିନ୍ଧୁଙ୍କ ୪ର୍ଥ ବିଜୟ। ଅଲିମ୍ପିକ୍ ରୌପ୍ୟ ପଦକଧାରୀ ଟାଇଟଲ ପାଇଁ ଜାପାନର ନୋଜୋମି ଓକୁହରାଙ୍କ ସହ ଲଢ଼େଇ କରିବେ।

Related posts

ଡେନମାର୍କ ଓପନର ଦ୍ୱିତୀୟ ରାଉଣ୍ଡରେ ପି.ଭି ସିନ୍ଧୁ

Odisha Sports Bureau

ମାଙ୍କ ସହ ୟୁନିଭର୍ସାଲ ଥିମ ପାର୍କରେ ଖୁସିର ମୁହୁର୍ତ୍ତ କାଟୁଛନ୍ତି ସାଇନା

Odisha Sports Bureau

ସେମିଫାଇନାଲରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଲେ ସିନ୍ଧୁ

Odisha Sports Bureau