Badminton

ନ୍ୟୁଜିଲ୍ୟାଣ୍ଡ୍ ଓପନ ପ୍ରଥମ ରାଉଣ୍ଡରୁ ସାଇନା ବିଦାୟ

(ଓଡିଶା ସ୍ପୋର୍ଟ): ନ୍ୟୁଜିଲ୍ୟାଣ୍ଡ୍ ଓପନର ପ୍ରଥମ ରାଉଣ୍ଡରେ ବିଶ୍ୱର ୨୧୨ ନମ୍ବର ଚାଇନା ଖେଳାଳି ୱାଙ୍ଗ ଝିୟିଙ୍କଠାରୁ ହାରି ବିଦାୟ ନେଇଛନ୍ତି ଭାରତର ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ ।

୨୯ ବର୍ଷୀୟ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ତଥା ବିଶ୍ୱର ୯ ନମ୍ବର ଖେଳାଳି ସାଇନା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ୧୯ ବର୍ଷୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ୧୬-୨୧, ୨୩-୨୧, ୪-୨୧ ଗେମରେ ପରାସ୍ତ ହୋଇଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧ ଘଣ୍ଟା ୭ ମିନିଟ୍ ଧରି ଚାଲିଥିଲା।

ସେହିପରି ପୁରୁଷ ସିଙ୍ଗଲ୍ସରେ ଭାରତର ୧୭ ବର୍ଷୀୟ ଲକ୍ଷ୍ୟ ସେନ୍ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୧ ଘଣ୍ଟା ୮ ମିନିଟ୍ ଧରି ଚାଲିଥିବା ମୁକାବିଲାରେ ଲକ୍ଷ୍ୟ ତାଇୱାନର ୱାଙ୍ଗ ଜୁ ୱେଇଙ୍କଠାରୁ ୨୧-୧୫, ୧୮-୨୧, ୧୦-୨୧ ଗେମରେ ପରାସ୍ତ ହୋଇଥିଲେ।

ଏହା ପୂର୍ବରୁ ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ଅଶ୍ୱିନୀ ପୋନ୍ନାପ୍ପା ଓ ଏନ୍. ସିକ୍କି ରେଡ୍ଡି ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡରେ ଚାଇନା ଯୋଡ଼ି ଲିଉ ସୁଆନସୁଆନଙ୍କଠାରୁ ୧୪-୨୧, ୨୩-୨୧, ୧୪-୨୧ ଗେମରେ ହାରି ବିଦାୟ ନେଇଛନ୍ତି।

କିନ୍ତୁ ପୁରୁଷ ଡବଲ୍ସରେ ମନୁ ଅଟ୍ଟ୍ରି ଓ ବି. ସୁମିତ୍ କୁମାର ରେଡ୍ଡି ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରଥମ ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡର ଜୋଶୁଆ ଫେଙ୍ଗ୍ ଓ ଜ୍ୟାକ୍ ଜିଆଙ୍ଗଙ୍କୁ ସିଧାସଳଖ ୨୧-୧୭, ୨୧-୧୦ ଗେମରେ ହରାଇଛନ୍ତି।

ଅନ୍ୟପକ୍ଷରେ ଅନୁରା ପ୍ରଭୁଦେଶାଇ ପ୍ରଥମ ରାଉଣ୍ଡରେ ଚାଇନାର ୧୫ ନମ୍ବର ଖେଳାଳି ଲି ଜ୍ୟୁରେଇଙ୍କ ନିକଟରୁ ୯-୨୧, ୧୦-୨୧ ଗେମରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

Related posts

ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ

କୋରିଆ ଓପନ ୨୦୧୯ର କ୍ୱାଟର ଫାଇନାଲରେ ପ୍ରବେଶ କଲେ କଶ୍ୟପ

Odisha Sports Bureau

ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍

Odisha Sports Bureau