Shooting

ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କୁ ଖେଳରତ୍ନ ପାଇଁ ସୁପାରିଶ

(ଓଡିଶା ସ୍ପୋର୍ଟ): ମହିଳା ତୀରନ୍ଦାଜ୍ ହୀନା ସିଦ୍ଧୁ ଓ ଅଙ୍କୁର ମିତ୍ତଲଙ୍କୁ ପ୍ରତିଷ୍ଠିତ ରାଜୀବ ଗାନ୍ଧୀ ଖେଳରତ୍ନ ଦେବା ପାଇଁ କ୍ରୀଡା ମନ୍ତ୍ରାଳୟକୁ ସୁପାରିଶ କରିଛି ଭାରତୀୟ ରାଷ୍ଟ୍ରୀୟ ରାଇଫଲ୍ସ ସଂଘ । ବର୍ତ୍ତମାନ ସୁଦ୍ଧା ଖେଳରତ୍ନ ପାଇଁ ୪ ଜଣଙ୍କ ନାଁ ସୁପାରିଶ ହୋଇସାରିଛି । କୁସ୍ତି ସଂଘ ମଧ୍ୟ ବିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କ ନାଁ ଖେଳରତ୍ନ ପାଇଁ କ୍ରୀଡା ମନ୍ତ୍ରାଳୟକୁ ସୁପାରିଶ କରିଛି । ଅନ୍ୟପଟେ ଜସପାଲ ରାଣା ଓ ରୌନକ ପଣ୍ଡିତଙ୍କ ନାଁ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ପାଇଁ ସୁପାରିଶ କରାଯାଇଛି ।

ଏସିଆନ୍ ଚାମ୍ପିୟନସିପରେ କାଂସ୍ୟ ପଦକ ବିଜେତା ହୀନା ୨୦୧୩ରେ ଆଇଏସଏସଏଫ ବିଶ୍ୱକପ ଫାଇନାଲର ୧୦ ମିଟର ଏୟାର ପିସ୍ତଲ ବିଭାଗରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୫ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଛନ୍ତି । ୨୦୧୪ରେ ତାଙ୍କୁ ପ୍ରତିଷ୍ଠିତ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।

ଅନ୍ୟପଟେ ଅଙ୍କୁର ଠାକୁର୍ ୨୦୧୮ରେ ଦକ୍ଷିଣ କୋରିଆର ଚାଙ୍ଗବୋନରେ ହୋଇଥିବା ଆଇଏସଏସଏଫ ବିଶ୍ୱ ତୀରନ୍ଦାଜ ଚାମ୍ପିୟନସିପ୍ରେ ଡବଲ ଟ୍ରାପ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଗତବର୍ଷ ତାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଚୟନ କରାଯାଇଥିଲା ।

Related posts

ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ମନୁ–ସୌରଭଙ୍କ ବିଶ୍ୱ ରେକର୍ଡ

Odisha Sports Bureau

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

Odisha Sports Bureau

ଅଭିନବ ବିନ୍ଦ୍ରା ଟାର୍ଗେଟ ପର୍ଫର୍ମାନ୍ସ ସେଣ୍ଟର ଉଦଘାଟିତ

Odisha Sports Bureau