Shooting

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

(ଓଡିଶା ସ୍ପୋର୍ଟସ): ହରିୟାନାର ସଂଗ୍ରାମି କେଶର ଦହିଆ ଏବଂ ମଧ୍ୟ ପ୍ରଦେଶର ବର୍ଷା ବର୍ମନ ୬୩ତମ ରାଷ୍ଟ୍ରୀୟ ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପ୍ ର ଡବଲ ଟ୍ରିପ୍ରେ ସୋମବାର ଦିନ ଏଠରେ କ୍ରମଶଃ ପୁରୁଷ ଏବଂ ମହିଳା ବର୍ଗରେ ଟାଇଟଲ୍ ଜିତିଛନ୍ତି । ସଂଗ୍ରାମ ୧୫୦ରୁ ୧୪୨ ଲକ୍ଷ୍ୟ ଲଗାଇଥିଲେ ଏବଂ ପୂର୍ବ ବିଶ୍ୱ ଚମ୍ପିଆନ ଅଙ୍କୁର ମିତ୍ତଲଙ୍କୁ ପଛରେ ପକାଇଥିଲେ । ମିିିତ୍ତଲ ୩୦ ଲକ୍ଷ୍ୟ ମଧ୍ୟରୁ ପାଞ୍ଚଟି ରାଉଣ୍ଡରେ ୧୩୭ ଶର୍ଟ ଲଗାଇଥିଲେ । ପଞ୍ଜାବର ପୃଥ୍ୱୀ ସିଂହ ଚହଲ ୧୩୫ର ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି । ବର୍ଷା ମହିଳା ବର୍ଗରେ ୧୨୦ରୁ ୯୭ ସଠିକ୍ ଲକ୍ଷ୍ୟ ଭେଦକରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କ ରାଜ୍ୟର ମନିଷ କିର(୯୩) ଦ୍ୱିତୀୟ ଏବଂ ମହିମା ବିଶ୍ୱକର୍ମା(୯୨) ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହିପରି ଭବେରେ ମଧ୍ୟ ପ୍ରଦେଶ ଏହି ଟୁର୍ଣ୍ଣାମେଣ୍ଟରେ କ୍ଲିନ୍ ସ୍ୱିପ୍ କରିଛି । ସଂଗ୍ରାମ ଏବଂ ବର୍ଷା ନିଜ ରାଜ୍ୟ ପାଇଁ ଟିମ୍ ଟୁର୍ଣ୍ଣାମେଣ୍ଟ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Related posts

ଷ୍ଟାର ଶୁଟର ଅଭିନବ ବିନ୍ଦ୍ରା ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ

Odisha Sports Bureau

ଶୁଟିଂ ୱାର୍ଲ୍ଡ କପ୍ ,ନିଜ ସୁଟରଙ୍କୁ ଫେରିବାକୁ କହିଲା ବାୟୁସେନା

Odisha Sports Bureau

ରାଇଫଲ ସୁଟିଙ୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଅନୁଗୁଳ ଝୀଅ ଦିବ୍ୟାସା ପ୍ରିୟଦର୍ଶିନୀ ଚୋପଦାର

Odisha Sports Bureau