Shooting

ସୁଟରମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବ ଏନ୍ଆରଏଆଇ

(ଓଡିଶା ସ୍ପୋର୍ଟ): ବର୍ମିଘମ କମନୱେଲଥ୍ ଗେମ୍ ରୁ ସୁଟିଙ୍ଗକୁ ହଟାଯିବା ବଦଳରେ ଚଣ୍ଡିଗଡରେ କମଲୱେଲଥ୍ ସୁଟିଙ୍ଗ୍ ଚମ୍ପିଆନସିପ୍ କରିବା ପାଇଁ ନ୍ୟାସନାଲ ରାଇଫଲ୍ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନଆରଏଆଇ) ସୁଟରମାନଙ୍କ ସମସ୍ତ ଖର୍ଚ୍ଚ ଉଠାଇବାର ନିସ୍ପତ୍ତି ନେଇଛନ୍ତି । ଏନଆରଏଆଇ କମନୱେଲଥ ଗେମ୍ସ ଫେଡେରେସନ୍(ସିଜିଏଫ୍)କୁ ଦିଆଯାଇଥିବା ପ୍ରସ୍ଥାବରେ କହିଛନ୍ତି କି ଏହି ଚମ୍ପିଆନସିପରେ ଖେଳିବା ପାଇଁ ୨୦୧୮ର ଗୋଲ୍ଡ କୋଷ୍ଟ୍ କମନୱେଲଥ ଗେମ୍ସ୍ ଖେଳିବାକୁ ଥିବା ୩୮ଟି ଦେଶର ସୁଟରମାନଙ୍କର ସମସ୍ତ ଖର୍ଚ୍ଚ ତାହା ତରଫରୁ ଉଠା ଯିବ । ଏହି ଚମ୍ପିଆନସିପରେ ଖେଳିବା ପାଇଁ ଏହି ୩୮ଟି ଦେଶର ଖେଳାଳୀମାନଙ୍କୁ ନିଜ ପକେଟରୁ କୌଣସି ଖର୍ଚ୍ଚ କରିବାକୁ ପଡିବନୀ । ଏନ୍ଆରଏଆଇ ସୁଟରମାନଙ୍କର ହୋଟେଲରେ ରହିବା ଖାଇବା, ଟ୍ରନ୍ସପୋଟେସନ୍ ସହିତ ଉଡା ଜାହାଜରେ ଯାତ୍ରା କରିବାର ସମସ୍ତ ଖର୍ଚ୍ଚ ବହନ କରିବାର ନୀସ୍ପତି ନେଇଛି ।

କାରଣ ଏହି କି, ଏନଆରଏଆଇକୁ ଆଶା ରହିଛି କି ସିଜିଏଫ୍ ଭାରତ ତରଫରୁ ୨୦୨୨ର ଅଲଗା ଭାବରେ କମନୱେଲଥ ଗେମ୍ସ ସୁଟିଙ୍ଗ୍ ଚମ୍ପିଆନସିପ୍ କରିବାର ମଞ୍ଜୁରି ଦେଇଦେବ । ବୁଧବାରଦିନ ସିଜିଏଫ୍ ସ୍ପୋଟର୍ସ କାଉସିଲର ବୈଠକରେ ଆଇଓଏର ତରଫରୁ ସୁଟିଙ୍ଗ୍ ଏବଂ ତୀରନ୍ଦାଜ୍ ର କମନୱେଲଥ ଗେମ୍ସ ଚମ୍ପିଆନସିପ କରିବାର ପ୍ରସ୍ତାବକୁ ରଖା ଯାଉଛି । କାଉଁସିଲରେ ପ୍ରସ୍ତାବକୁ ମଞ୍ଜୁରୀ ମିଳୀବା ପରେ ଏହାକୁ ଫେବୃଆରି ମାସରେ ସିଜିଏଫ୍ର କାର୍ଯ୍ୟକାରିଣୀରେ ରଖା ଯିବ । ଏହି ଦିନମାନଙ୍କରେ ଜିତା ଯାଇଥିବା ପଦକଗୁଡିକୁ କମନୱେଲଥ୍ ଗେମ୍ସର ପଦକ ତାଲିକାରେ ଶାମିଲ କରାଯିବାର ମଧ୍ୟ ପ୍ରସ୍ତାବ ରଖାଯାଇଛି ।

Related posts

ଶର୍ଟଗନ ବନ୍ଧୁକଚାଳନା ଚମ୍ପିଆନସିପର ଡବଲ ଟ୍ରିପ୍ରେ ସଂଗ୍ରାମ ଏବଂ ବର୍ଷା ଜିତିଲେ ଟାଇଟଲ୍

Odisha Sports Bureau

ସୁଟିଙ୍ଗ୍ ୱାର୍ଲଡ କପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କ ସଂଘର୍ଷମୟ କାହାଣୀ

Odisha Sports Bureau

ସେ ତାଙ୍କୁ ବଳପୂର୍ବକ ଏକ ହୋଟେଲ ରୁମକୁ ନେଇଗଲେ, ତା’ପରେ… ସଙ୍ଘୀନ ଅଭିଯୋଗ ଆଣିଲେ ଯୁବତୀ

Odisha Sports Bureau