Cricket

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

(ଓଡ଼ିଶା ସ୍ପୋର୍ଟ):  ଆଜି ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଇନ୍ଦୋର ମ୍ୟାଚ ବିଜୟ ସହ ୨୦୨୦ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ। ହୋଲକର ଷ୍ଟାଡିୟମରେ ୨୦୦୬ରୁ ଏପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୨ଟି ଟେଷ୍ଟ, ଗୋଟିଏ ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି। ତିନୋଟି ଯାକ ଫର୍ମାଟରେ ସମସ୍ତ ୮ଟି ଯାକ ମ୍ୟାଚରେ  ଭାରତ ପ୍ରତିପକ୍ଷ ଦଳ ଉପରେ ବିଜୟ ହାସଲ କରିଛି।

ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଟିମରେ ତିନି ସ୍ପେଶାଲିଷ୍ଟ ପେସ୍ ବୋଲର ଓ ଦୁଇ ସ୍ପିନର୍ ରହିବେ। ୱାଶିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଟିମରେ ସ୍ଥାନ ମିଳିଥିଲା। ତେବେ ୟୁଜବେନ୍ଦ୍ର ଚହଲ୍ ଓ ରବୀନ୍ଦ୍ର ଜାଡେଜା ଅନ୍ତିମ ଏକାଦଶରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ଶ୍ରୀଲଙ୍କା ଟିମରେ ଅଧିକାଂଶ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଦୃଷ୍ଟିରେ ରଖି କୋହଲି ବୋଲିଂ କମ୍ବିନେଶନରେ ଏହି ନିଷ୍ପତ୍ତି ନେଇଛନ୍ତି। ମନିଷ ପାଣ୍ଡେ ଓ ସଞ୍ଜୁ ସାମସନ୍ ପ୍ରଥମ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ ଏବଂ ଦୁହିଁଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ।

Related posts

ସିରିଜରୁ ବାଦ ପଡ଼ିଲେ ପାଣ୍ଡ୍ୟା

Odisha Sports Bureau

ବିଶ୍ୱକପ କ୍ରିକେଟ କ୍ରେଜ ଚରମ ସୀମାରେ:ପ୍ରଥମ ଦିନରେ ଟିକେଟ ବିକ୍ରି ୱେବସାଇଟ କ୍ରାସ

Odisha Sports Bureau

IPL 2026 ରେ ନିରାଶାଜନକ ପ୍ରଦର୍ଶନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଛାଡିପାରନ୍ତି…