More Sports

୬୬ ତମ ରାଜ୍ୟ ଆଥଲେଟିକ ମିଟ ଉଦଘାଟିତ

(ଓଡିଶା ସ୍ପୋର୍ଟ): ବାରବାଟୀ ଷ୍ଟାଡିୟମରେ ୬୬ତମ ରାଜ୍ୟ ଆଥ୍ଲେଟିକ ମିଟ୍ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ଆଥ୍ଲେଟିକ ଆସୋସିଏଶନ (ଓଏଏ) ଆନୁକୂଲ୍ୟରେ ହେଉଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିବସରେ ଗୋଟିଏ ନୂତନ ମିଟ୍ ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ରେକର୍ଡ ପ୍ରତିଷ୍ଠା କରିଛନ୍ତି ପୂର୍ବତନ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ଝିଅ ଅଂଶିକା ରାଉତରାୟ। ୧୬ ବର୍ଷରୁ କମ୍ ବାଳିକା ଶଟ୍ପୁଟ ବିଭାଗରେ ପୂର୍ବରୁ ରାଜ୍ୟ ମିଟର ରେକର୍ଡ ଥିଲା ୧୦.୮୬ ମିଟର। ଅଂଶିକା ୧୧.୮୨ ମିଟର ଫିଙ୍ଗି ନୂତନ ମିଟ୍ ରେକର୍ଡ କରିଛନ୍ତି ।

ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବରେ ଡିଜିପି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଏଏ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ସହ ସମ୍ପାଦକ ବିଭୂତି ପଣ୍ଡା, ଉପସଭାପତି ଦୁର୍ଗାମାଧବ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଥଲେଟ ମାର୍ଚ୍ଚପାଷ୍ଟରେ ଅଲିମ୍ପିଆନ ଦୂତୀ ଚାନ୍ଦ ନେତୃତ୍ୱ ନେଇଥିବା ବେଳେ ଅନ୍ତର୍ଜାତୀୟ ଆଥ୍ଲେଟ ପ୍ରଜ୍ଞା ପ୍ରଶାନ୍ତ ସାହୁ ଓଏଏ ପତାକା ଧରିଥିଲେ। ଯୁଗ୍ମ ସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ତେଲୁଗୁ ଟାଇଟନ୍ସକୁ ୫୩-୫୦ ଅଙ୍କରେ ପରାସ୍ତ କଲା ପୁନେରି ପଲଟନ୍

Odisha Sports Bureau

ବର୍ଷର ଶ୍ରେଷ୍ଠ ଖେଳାଳୀ ଅମିତ

Odisha Sports Bureau

ଏସୀୟ ଦୌଡ଼କୁଦ ଫାଇନାଲରେ ଭାରତକୁ ନିରାଶ କଲେ ଦୂତୀ

Odisha Sports Bureau