Cricket

ସଚିନଙ୍କ ଗୁରୁ ରମାକାନ୍ତ ଆର୍ଚେକରଙ୍କ ବିୟୋଗ

(ଓଡିଶା ସ୍ପୋର୍ଟ): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଜଣେ ମହାନ କ୍ରିକେଟର ଭାବେ ଗଢ଼ି ତୋଳିବାରେ ଗୁରୁ ଦାୟିତ୍ୱ ତୁଲାଇଥିବା କିମ୍ବଦନ୍ତୀ କ୍ରିକେଟ୍ କୋଚ୍ ତଥା ଦ୍ରୋଣାଚାର୍ୟ୍ୟ ପୁରସ୍କାର ବିଜେତା ରମାକାନ୍ତ ଆର୍ଚେକରଙ୍କ ବିୟୋଗ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣ ଯୋଗୁଁ ବୁଧବାର ସନ୍ଧ୍ୟାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଆର୍ଚେକର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ରଶ୍ମି ଡଲଭି କହିଛନ୍ତି। ସଚିନଙ୍କ ପିଲାଦିନର କୋଚ୍ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଆର୍ଚେକର ଭାରତୀୟ କ୍ରିକେଟକୁ ଅତୁଳନୀୟ ଅବଦାନ ଲାଗି ୧୯୯୦ରେ ସମ୍ମାନଜନକ ଦ୍ରୋଣାଚାର୍ୟ୍ୟ ପୁରସ୍କାର ପାଇଥିଲେ। ସେହିଭଳି ୨୦୧୦ରେ ସେ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ପଦ୍ମଶ୍ରୀ’ ହାସଲ କରିଥିଲେ। ସଚିନ୍ଙ୍କ ବ୍ୟତୀତ ଆର୍ଚେକର ଜଣାଶୁଣା କ୍ରିକେଟର ବିନୋଦ କାମ୍ବଲୀ, ପ୍ରବୀଣ ଆମ୍ରେ, ସମୀର ଦିଘେ, ଅଜିତ୍ ଅଗରକର, ସଞ୍ଜୟ ବାଙ୍ଗର, ରମେଶ ପାଓ୍ବାର ଓ ବଲବିନ୍ଦର ସିଂ ସାନ୍ଧୁଙ୍କ ମଧ୍ୟ କୋଚ୍ ରହିଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ (୩୪, ୩୫୭) ସଂଗ୍ରହ କରିଥିବା ସଚିନ କ୍ରିକେଟରେ ହାସଲ କରିଥିବା ସମସ୍ତ ସଫଳତାର ଶ୍ରେୟ ଆର୍ଚେକରଙ୍କୁ ପ୍ରଦାନ କରିଛନ୍ତି। ଆର୍ଚେକରଙ୍କୁ ଗୁରୁଭାବେ ଅଭିହିତ କରିଥିବା ସଚିନ ପ୍ରତିବର୍ଷ ଗୁରୁ ଦିବସରେ ତାଙ୍କ ଘରକୁ ଯାଇ ଆଶୀର୍ବାଦ ଗ୍ରହଣ କରିଥାନ୍ତି।

Related posts

ଶୁବମନ ଗିଲଙ୍କ ଭଉଣୀଙ୍କୁ ଅପଶବ୍ଦ କହିଥିବା ଲୋକଙ୍କୁ ଛଡ଼ାଯିବ ନାହିଁ: ଦିଲ୍ଲୀ ମହିଳା ଆୟୋଗ

Odisha Sports Bureau

ପାକିସ୍ତାନ ଲେଖା ଜର୍ସି ପିନ୍ଧି ଏସିଆ କପ ଖେଳିବ ଭାରତ

Odisha Sports Bureau

ଶୁବମନ ଙ୍କ ଜାଗାରେ କେଏଲ ରାହୁଲ ଅଧିନାୟକ

Odisha Sports Bureau