Cricket

ଆଇପିଏଲରେ ଷ୍ରେଷ୍ଠ ୫ଟି ଲମ୍ବା ଛକା ମାରିଥିବା ଖେଳାଳି

ଚଳିତ ବର୍ଷ ଆଇପିଏଲର ପ୍ରତି ମ୍ୟାଚ ରୋମାଂଚକ ହେବାରେ ଲାଗିଛି । ପ୍ରତି ମ୍ୟାଚରେ ସଂଘର୍ଷ ଦେଖିବାକୁ ମିଳୁଛି । ଶେଷ ବଲ ପର୍ୟ୍ୟନ୍ତ ମ୍ୟାଚ କିଏ ବିଜୟୀ ହେବ ତାହା ମଧ୍ୟ କହି ହେଉନି । ତେବେ ଟୁର୍ଣ୍ଣାମେଂଟର ପ୍ରତି ମ୍ୟାଚରେ ବଡ଼ ବଡ଼ ଛକା ଦେଖିବାକୁ ମିଳିଥାଏ । ଏପରିକି ଲମ୍ବା ଛକା ପାଇଁ ପୁରସ୍କାର ମଧ୍ୟ କରାଯାଉଛି । ତେବେ ଆପଣ ଜାଣିଛନ୍ତି କି, ଆଇପିଏଲ ଇତିହାସରେ ସବୁଠାରୁ ବଡ଼ ଛକା କେଉଁ ଖେଳାଳି ମାରିଛନ୍ତି? ଆଉ ଏହା କେତେ ମିଟରର ରହିଥିଲା? ତେବେ ଆସନ୍ତୁ ନଜର ପକାଇବା ଆଇପିଏଲରେ ଲମ୍ବା ଛକା ମାରିଥିବା ୫ଜଣ ଖେଳାଳିଙ୍କ ସମ୍ପର୍କରେ ।
ତେବେ କହି ରଖୁଛୁ କି, ଦକ୍ଷିଣଆଫ୍ରିୟ କ୍ରିକେଟର ଏ.ବି.ଲ ମର୍କେଲ ସବୁଠାରୁ ବଡ଼ ଛକା ମାରିଛନ୍ତି । ସେ ଚେନ୍ନାଇ ପକ୍ଷରୁ ଖେଳୁଥିବାବେଳେ ଡେକାନ ଚାର୍ଜସର ସ୍ପିନର ପ୍ରଜ୍ଞାନ ଓଝାଙ୍କ ବଲରେ ବଡ଼ ଛକା ମାରିଥିଲେ । ଯାହାକି ୧୨୫ ମିଟର ରହିଥିଲା । ଏହି ରେକର୍ଡକୁ ଆଜି ପର୍ୟ୍ୟନ୍ତ ଆଇପିଏଲ କ୍ୟାରିୟରରେ କେହି ଭାଙ୍ଗି ନାହାନ୍ତି । ଟୁର୍ଣ୍ଣାମେଂଟରେ ଏମିତି ବଡ଼ ବଡ଼ ଛକା ଦେଖିବାକୁ ମିଳୁଛି କିନ୍ତୁ ଆଉ ୧୨୫ ମିଟର ବାଲା ଛକା ଦେଖିବାକୁ ମିଳିନାହିଁ ।
ସେପଟେ ଲମ୍ବା ଛକା ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପ୍ରବୀଣ କୁମାର । ଯିଏକି କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବାବେଳେ ଏହି ରେକର୍ଡ ଅର୍ଜନ କରିଛନ୍ତି । ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୨୪ ମିଟରର ଏକ ଲମ୍ବା ଛକା ମାରିଥିଲେ । ଯଦିଓ ପ୍ରବୀଣ କୁମାର ଜଣେ ଦକ୍ଷ ବୋଲରଭାବେ ଜଣାଶୁଣା ଥିଲେ ତଥାପି ତାଙ୍କ ଲମ୍ବା ଛକା ଆଇପିଏଲ ଇତିହାସର ଦ୍ୱିତୀୟ ସ୍ଥାନରେ ରହିଛି ।
ତେବେ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆଦାମ ଖ୍ରୀଷ୍ଟଗିଲ । ସେ କିଙ୍ଗସ ଇଲେଭେନ ପଂଜାବ ପକ୍ଷରୁ ଖେଳୁଥିବାବେଳେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ବିପକ୍ଷରେ ୧୨୨ ମିଟରର ଲମ୍ବା ଛକା ମାରିଥିଲେ ।
ରବିନ ଉଥପ୍ପା । ଲମ୍ବା ଛକା ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେ ବାଙ୍ଗାଲୋର ପକ୍ଷରୁ ଖେଳୁଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ଦକ୍ଷ ଅଲରାଉଣ୍ଡର ବ୍ରାଭୋଙ୍କ ବଲରେ ୧୨୦ ମିଟରର ଏକ ଲମ୍ବା ଛକା ମାରିଥିଲେ ।
ଅନ୍ୟପଟେ ଲମ୍ବା ଛକାର ୫ ନମ୍ବର ସ୍ଥାନରେ ତିନିଜଣଙ୍କ ନାମ ରହିଛି । ତେବେ ଏମାନେ ହେଲେ ରସ୍ ଟେଲର, କ୍ରିସ୍ ଗେଲ୍ ଏବଂ ଯୁବରାଜ ସିଂହ । ଏହି ତିନି ଖେଳାଳି ୧୧୯ ମିଟରର ଲମ୍ବା ଛକା ମାରିଛନ୍ତି । କ୍ରିସ୍ ଗେଲ୍ ବାଙ୍ଗାଲୋର ପକ୍ଷରୁ ଖେଳୁଥିବାବେଳେ ପୁନେ ୱାରିୟସ ବିପକ୍ଷରେ ଏହି ରେକର୍ଡ କରିଛନ୍ତି । ଅନ୍ୟପଟେ ଯଦି ରସ ଟେଲରଙ୍କ କଥା କହିବା ତାହେଲେ ସେ ଚେନ୍ନାଇ ଜାକବ ଓରାମଙ୍କ ବିପକ୍ଷରେ ୧୧୯ ମିଟରର ଲମ୍ବା ଛକା ମାରିଥିଲେ । ଯୁବରାଜ ସିଂହ ପଞ୍ଜାବରେ ଥିବାବେଳେ ଚେନ୍ନାଇ ବିପକ୍ଷରେ ଏହି ଲମ୍ବା ଛକା ମାରିବାର ରେକର୍ଡ ଅର୍ଜନ କରିଛନ୍ତି ।

 

Related posts

ଏସିଆ କପ ମ୍ୟାଚ୍ ଦେଖିବାକୁ ବିସିସିଆଇ ସଚିବଙ୍କୁ ନିମନ୍ତ୍ରଣ କଲା ପାକିସ୍ତାନ

Odisha Sports Bureau

ଅଗରକରଙ୍କ କାର୍ଯ୍ୟକାଳ ବର୍ଷେ ପାଇଁ ବଢାଇଛି ବିସିସିଆଇ

Odisha Sports Bureau

ଏକାନ୍ନା ଷ୍ଟାଡିୟମରେ ମୁହାଁ ମୁହିଁ ହେବେ ବେଙ୍ଗାଲୁରୁ କୁ ଲକ୍ଷ୍ନୌ

Odisha Sports Bureau