Cricket Uncategorized

୪ ଦୁଷ୍କର୍ମ ମାମଲାରୁ ଗୁଣତିଳକାଙ୍କୁ ୩ଟିରେ ଆଶ୍ୱସ୍ତି

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କ ଗୁଣତିଳକାଙ୍କ ବିରୋଧରେ ଆସିଥିବା ଦୁଷ୍କର୍ମ ମାମଲାରେ ତାଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ଉପରେ ଲାଗିଥିବା ୪ଟି ଦୁଷ୍କର୍ମ ମାମଲାରୁ ୩ଟିରେ ଆଶ୍ୱସ୍ତି ମିଳିଛି । ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ସମୟରେ ଜଣେ ମହିଳାଙ୍କ ସହ ସହମତିବିନା ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଗୁଣତିଳକାଙ୍କୁ ହୋଟେଲ୍ ରୁମ୍ରୁ ସିଡ୍ନି ପୁଲିସ୍ ଗିରଫ କରିଥିଲା। ହେଲେ ଗୁରୁବାର ସିଡ୍ନି କୋର୍ଟରେ ହୋଇଥିବା ଶୁଣାଣି ସମୟରେ ସରକାରୀ ଓକିଲ ଗୁଣତିଳକାଙ୍କ ଉପରେ ଲଗାଯାଇଥିବା ୩ ଅଭିଯୋଗକୁ ଉଠାଇ ନେଇଥିଲେ। କାଏମ୍ ରହିଥିବା ଗୋଟିଏ ଅଭିଯୋଗ କ୍ରମେ ଗୁଣତିଳକା ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ବେଳେ ଗୋଟିଏ ହାତରେ ତାଙ୍କ ବେକକୁ ୨୦ରୁ ୩୦ ସେକେଣ୍ଡ ପର୍ୟ୍ୟନ୍ତ ଚାପି ରଖିବାରୁ ସେ ଶ୍ବାସରୁଦ୍ଧ ହୋଇଥିଲେ ବୋଲି ଦର୍ଶାଯାଇଛି। ୨୦୨୧ରେ ଇଂଲଣ୍ଡ ଗସ୍ତ ସମୟରେ ଜୈବ ବଳୟ ଭାଙ୍ଗିବା ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ବର୍ଷେ ବାସନ୍ଦ କରିଥିଲା। ଏଥିପୂର୍ବରୁ ବିଶୃଙ୍ଖଳିତ ଆଚରଣ ଯୋଗୁଁ ୨୦୧୮ରେ ୬ ମାସ ଓ ୨୦୧୭ରେ ୬ ମ୍ୟାଚ୍ ପାଇଁ ତାଙ୍କୁ ବାସନ୍ଦ କରାଯାଇଥିଲା।

 

Related posts

ଅଷ୍ଟ୍ରେଲିଆର ବିଶ୍ୱକପ ପ୍ରସ୍ତୁତିକୁ ବଡ଼ ଝଟକା; ଆଘାତ ହେଲେ ୨ ପ୍ରମୁଖ ଖେଳାଳି

Odisha Sports Bureau

ରାଜସ୍ଥାନ ବନାମ ହାଇଦ୍ରାବାଦ ଏକ ମହାସମାବେଶରେ, ମ୍ୟାଚ୍ ପୂର୍ବରୁ ପିଚ୍, ପାଗ ଏବଂ ସମ୍ଭାବ୍ୟ ପ୍ଲେଇଂ 11 ବିଷୟରେ ଜାଣନ୍ତୁ

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ହରାଇଛି ଲକ୍ଷ୍ନୌ ସୁପରଜାୟାଣ୍ଟସ

Odisha Sports Bureau