Hockey

ଭାରତୀୟ ମହିଳା ହକି ଦଳ ଘୋଷଣା ୬ ଜଣ ଓଡ଼ିଆ

(ଓଡିଶା ସ୍ପୋର୍ଟ): ଚଳିତ ମାସ ୨୪ରୁ ଆରମ୍ଭ ହେବାକୁ ଥିବା ସ୍ପେନ ବିପକ୍ଷ ଟୁର୍ ପାଇଁ ଗୁରୁବାର ୩୩ ଜଣିଆ ଭାରତୀୟ ସମ୍ଭାବ୍ୟ ମହିଳା ହକି ଦଳ ଘୋଷଣା କରାଯାଇଛି। ଏହି ଦଳରେ ୟୁଥ୍ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସଲିମା ଟେଟେ ଓ ଲାଲରେମସିଆମି ରହିଛନ୍ତି। ସେହିଭଳି ଓଡ଼ିଶାରୁ ୬ ଜଣ ଖେଳାଳି ଜାତୀୟ କ୍ୟାମ୍ପ୍ ଲାଗି ଘୋଷିତ ଏହି ଦଳରେ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ଗ୍ରେସ ଏକ୍କା, ସୁନୀଲା ଲାକ୍ରା, ରଶ୍ମିତା ମିଞ୍ଜ, ଲିଲିମା ମିଞ୍ଜ, ନମିତା ଟପ୍ପୋ ଓ ଅନୁପା ବାର୍ଲା। ଶୁକ୍ରବାରଠାରୁ ବେଙ୍ଗାଲୁରୁଠାରେ ମୁଖ୍ୟକୋଚ୍ ଜୋଏର୍ଡ ମାରିଜନେଙ୍କ ତତ୍ତ୍ୱାବଧାନରେ କ୍ୟାମ୍ପ୍ ଆରମ୍ଭ ହେବ। ‘୨୦ ଦିନିଆ ଏହି ଛୋଟିଆ କୋଚିଂ କ୍ୟାମ୍ପ୍ରେ ଆମେ ଫିଟ୍ନେସ ଲେଭଲ୍ ଉପରେ ବିଶେଷ ଧ୍ୟାନ ଦେବୁ’ ବୋଲି ମାରିଜନେ କହିଛନ୍ତି। ଭାରତୀୟ ମହିଳା ହକି ଦଳ ଗତବର୍ଷ ପ୍ରଭାବୀ ପ୍ରଦର୍ଶନ କରି ବିଶ୍ୱ ମାନ୍ୟତାର ୯ମ ସ୍ଥାନକୁ ଉନ୍ନୀତ ହୋଇଥିଲା। ସେହିଭଳି ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ହାରି ଅଳ୍ପକେ ପଦକ ଅର୍ଜନରୁ ବଞ୍ଚତ୍ତ ହୋଇଥିଲା।

୩୩ ଜଣିଆ କୋର୍ ଗ୍ରୁପ୍- ସବିତା, ରଜନୀ ଏତିମର୍ପୁ, ସୋନାଲ ମିଞ୍ଜ (ସମସ୍ତେ ଗୋଲ୍କିପର), ଦୀପ୍ ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ସୁଶୀଲା ଚାଣୁ, ପୁଖରମ୍ବାମ, ଗୁର୍ଜିତ୍ କୌର, ରଶ୍ମିତା ମିଞ୍ଜ, ସୁମନ ଦେବୀ ଥୋଉଡାମ, ମହିମା ଚୌଧୁରୀ, ନିଶା, ସଲିମା ଟେଟେ (ସମସ୍ତେ ଡିଫେଣ୍ଡର୍ସ), ନିକ୍କି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ, ନମିତା ଟପ୍ପୋ, ନେହା ଗୋୟଲ, ଉଦିତା, ଜ୍ୟୋତି, ଅଞ୍ଜୁ ସିଂ, ଶ୍ୟାମ ଥିଡଗାମ, ସୋନିକା, କରିସ୍ମା ଯାଦବ (ସମସ୍ତେ ମିଡ୍ଫିଲ୍ଡର), ରାଣୀ, ଲାରେମସିଆମି, ନବନୀତ୍ କୌର, ନବଜୋତ୍ କୌର, ରାଜବିନ୍ଦର କୌର, ବନ୍ଦନା କାଟାରିଆ, ଅନୁପା ବାର୍ଲା, ପ୍ରିୟଙ୍କା ଓ୍ବାଙ୍ଖଡେ, ରୀନା ଖୋଖର ଓ ଲୀଳାବତୀ ମାଲମାଦା ଜୟା।

Related posts

ଏଫଆଇଏଚ ଅଲମ୍ପିକ କ୍ୱାଲିଫାୟର୍ସ ଓଡିଶା ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ଖେଳାଳି ତାଲିକା ଘୋଷଣା

Odisha Sports Bureau

ବାରବାଟୀରେ ଦବଙ୍ଗ ଖାନ, କମ୍ଫିବ ବାରବାଟୀ

Odisha Sports Bureau

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau