Football

ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ାରେ ବାଳିକା ଫୁଟବଲ୍ ଦଳ ବିଜୟୀ

(ଅନୁସ୍ୱୟା): ମହାରାଷ୍ଟ୍ରର ପୁନେରେ ଚାଲିଥିବା ଖେଲୋ ଇଣ୍ଡିଆ ଜାତୀୟ ଯୁବ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ଫୁଟବଲ୍ ବିଜୟ ହାସଲ କରିଛି । ମ୍ୟାଚରେ ଓଡ଼ିଶା ଓ କେରଳ ମୁହାଁମୁହିଁ ହୋଇଥିଲେ । ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ଦଳ ତୃତୀୟ ଲିଗ ମ୍ୟାଚରେ ୫-୧ଗୋଲରେ କେରଳକୁ ପରାସ୍ତ କରଛିି । ପ୍ରଥମାର୍ଧରେ ୮.୫୦ ମିନିଟ୍ରେ ଦୀପା ନାଏକ ପ୍ରଥମ ଗୋଲ ଦେଇଥିଲେ ।ପୁଣି ୪୨ ମିନିଟରେ ମନୀଷା ନାଏକ, ଦ୍ବିତୀୟାର୍ଧର ଅତିରିକ୍ତ ସମୟରେ ଦୀପା ନାଏକ ଅନ୍ୟ ଏକ ଗୋଲ ଦେଇଥିଲେ । ସୁସ୍ମିତା ତନ୍ତୀ ୫୨ମିନିଟରେ , ବନ୍ୟା କବିରାଜ ୭୬ମିନିଟରେ ଗୋଲ ଦେଇ ବଡ଼ ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହିତ ଓଡ଼ିଶା ସେମିଫାଇନାଲ୍ ପ୍ରବେଶ କରିଛି । ଆସନ୍ତା ୧୭ ଜାନୁଆରୀ ରେ ଗ୍ରୁପ ଏ ଟିମରୁ ବିଜୟୀ ଓଡ଼ିଶା ଦଳ ଗ୍ରୁପ ବି ରନର୍ସ ଅଫ ଟିମ ସେମିଫାଇନାଲ୍ ମ୍ୟାଚ ଖେଳିବେ ।

Related posts

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ଇଂଲଣ୍ଡ ବିଶ୍ୱକପ ବିଜେତା ଫୁଟବଲର୍ ଚାର୍ଲଟନଙ୍କର ମୃତ୍ୟୁ

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau