Cricket

ପାଣ୍ଡ୍ୟା ଓ ରାହୁଲଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର

(ଓଡିଶା ସ୍ପୋର୍ଟ): ପୁଣିଥରେ ପଡିଆକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପ୍ନର କେ.ଏଲ୍ ରାହୁଲଙ୍କ ଉପରୁ ନିଲମ୍ବନ ଆଦେଶ ବିସିସିଆଇ ଆଜି ପ୍ରତ୍ୟାହାର କରି ନେଇଛି । ବିସିସିଆଇର କମିଟି ଅଫ୍ ଆଡମିନିଷ୍ଟ୍ରେସନ୍ ଆଜି ଏହି ନିଷ୍ପତ୍ତି ନେଇଛି ।

ଏକ ଟେଲଭିଜନ୍ ସୋ’ରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଏମାନେ ନିଲମ୍ବିତ ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିଲେ । କଫି ଓ୍ଵିଥ୍ କରନ୍ ଟିଭି ସୋ’ରେ ଭାଗ ନେଇ ଏହି ଦୁଇ ଖେଳାଳି ଯେଉଁ ମନ୍ତବ୍ୟ ରଖିଥିଲେ ତାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଦୁହେଁ ବିସିସିଆଇ ନିକଟରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ । ଏମିତିକି ସୋ’ର ହୋଷ୍ଟ କରନ୍ ଜୋହର ଏହାକୁ ତାଙ୍କ ନିଜର ଭୁଲ ବୋଲି କହିଥିଲେ । ଆଜି ଆମିକସକ୍ୟୁରୀ ପି.ଏସ୍ ନରସିମାଙ୍କ ସହ ଆଲୋଚନା ପରେ ବିସିସିଆଇ କମିଟି ଦୁଇ ଖେଳାଳିଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେଇଛି । ଗତ ୧୧ ତାରିଖରୁ ସେମାନଙ୍କ ଉପରେ କଟକଣା ଲାଗିଥିଲା ।

Related posts

ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି

Odisha Sports Bureau

ଆଣ୍ଡ୍ରେ ରସେଲଙ୍କୁ ପଛରେ ପକାଇ ରେକର୍ଡ କରିଛନ୍ତି ରିଙ୍କୁ ସିଂହ…

ଭାରତ ରତ୍ନଙ୍କୁ ଜନ୍ନଦିନ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ

Odisha Sports Bureau