Cricket

ମିତାଲି ରାଜଙ୍କ ମହିଳା ଦଳ ୨-୦ରେ ସିରିଜ ଜିତିଲା

(ଓଡ଼ିଶା ସ୍ପୋର୍ଟ):ଭାରତ ପୁରୁଷ ଦଳ ଭଳି ମହିଳା ଦଳ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ମାଟିରେ ରେମାଞ୍ଚକର ବିଜୟ ଲାଭ କରିଛି । ନ୍ୟୁଜିଲ୍ୟାଣ୍ଡ ମାଟିରେ ସୋମବାର ବିରାଟ ବାହିନୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ ଟିକିଆ ଦିନିକିଆ ସିରିଜ ୩-୦ରେ ଆଗୁଆ କବଜା କରିଥିବା ବେଳେ ଆଜି ମିତାଲି ରାଜଙ୍କ ମହିଳା ଦଳ ୩ଟିକିଆ ଦିନିକିଆ ସିରିଜକୁ ୨-୦ରେ ଜିତି ନେଇଛି। ଆଜି ମାଉଣ୍ଟ ମାଙ୍ଗାନୁଇ ସ୍ଥିତ ୨ୟ ଦିନିକିଆରେ ସ୍ମୃତି ମନ୍ଧାନା ୯୦ ରନ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କୁ ଅଧିନାୟକ ମିତାଲି ରାଜ ଭରପୂର ସହଯୋଗ କରିବା ସହ ୬୩ ରନ୍ କରି ଅପରାଜିତ ରହିବା ସହ ୩୫.୨ ଓଭର୍ରେ ଭାରତ ପାଇଁ ବିଜୟର ମୁଣ୍ଡି ମାରିଥିଲେ। ଦ୍ୱିତୀୟ ଦିନିକିଆକୁ ୮ ୱିକେଟ୍ରେ ଜିତି ଭାରତ ୩ ଟିକିଆ ସିରିଜ୍କୁ ଆଗୁଆ ୨-୦ରେ କବଜା କରିନେଇଛି।

୨ୟ ଦିନିକିଆରେ ଟସ୍ ଜିତି ପ୍ରଥମ ବୋଲିଂ କରୁଥିବା ଭାରତୀୟ ମହିଳା ଦଳ ନ୍ୟୁଜିଲ୍ୟାଣ୍ଡକୁ ୪୪.୨ ଓଭର୍ରେ ୧୬୧ ରନ୍ରେ ଅଲଆଉଟ୍ କରିଦେଇଥିଲା। ୧୬୨ ରନ୍ର ପିଛା କରୁଥିବା ଟିମ୍ ଇଣ୍ଡିଆ ମଧ୍ୟ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୧୫ ରନ୍ରେ ଓପନର ଜେମିମା ରୋଡ୍ରିଗସ୍ ଓ ୩ ନଂରେ ବ୍ୟାଟିଂ କରିବାକୁ ଆସିଥିବା ଦୀପ୍ତି ଶର୍ମାଙ୍କୁ ହରାଇଥିଲା।

ତେବେ ସ୍ମୃତି ମନ୍ଧାନା ଓ ମିତାଲି ରାଜଙ୍କ ଅପରାଜିତ ୧୫୧ ରନ୍ର ଭାଗୀଦାରି କରି ଦଳକୁ ବିଜୟୀ କରାଇଥିଲେ। ଜିତିବାକୁ ୧ ରନ୍ ଥିବା ବେଳେ ମିତାଲି ରାଜ ଏକ ବିଶାଳ ଛକା ମାରି ମ୍ୟାଚ ସହ ସିରିଜ ଦଖଲ କରିଥିଲେ। ମନ୍ଧାନା ୮୨ଟି ବଲରେ ୯୦ ଓ ମିତାଲି ୧୧୧ଟି ବଲ୍ରେ ୬୩ ରନ କରିଥିଲେ।

Related posts

ଗେଲଙ୍କ ପୁରୁଣା ଅବତାର

Odisha Sports Bureau

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

Odisha Sports Bureau

ସନରାଇଜର୍ସ ହାଇଦ୍ରାବାଦ ଟିମକୁ ବଡ଼ ଝଟକା