Cricket

ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ

କଟକ: ଖୁବଶିଘ୍ର ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମୀ । ଖେଳାଳିଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ପାସଇଁ ରାଜ୍ୟ ସରକାର ନୂଆ ନୂଆ ଉପାୟ ବାହାର କରୁଛନ୍ତି । କାରଣ ରାଜ୍ୟର ଖେଳାଳୀଙ୍କ । ଉନ୍ନତି ହେବ । ଏଥିପାଇଁ ସାରା ରାଜ୍ୟରେ କ୍ରିକେଟ ଓ ପ୍ରତିଭାବାନ ଖେଳାଳିଙ୍କ ଉନ୍ନତି ପାଇଁ ଖୁବଶୀଘ୍ର ପ୍ରତିଷ୍ଠା ହେବ ୪୦ କ୍ରିକେଟ ଏକାଡେମୀ । ବାରବାଟୀ ଷ୍ଟାଡିୟମରେ ସେଣ୍ଟ୍ରାଲ ଏକାଡେମୀ ସହ ପ୍ରତ୍ୟେକ ଜିଲ୍ଲାରେ ଏକାଡେମୀ କାର୍ୟ୍ୟକ୍ଷମ ହେବ । ଏଥିପାଇଁ ବୈଷୟିକ ନିର୍ଦ୍ଦେଶକ ଭାବରେ ଭି. ଭେଙ୍କଟରାମଙ୍କୁ ଓସିଏ ୨ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ପୂର୍ବରୁ କେବଳ କଟକ, ଭୁବନେଶ୍ୱର ଆଦି ସହରରୁ ଖେଳାଳି ବାହାରୁ ଥିବାବେଳେ ଏବେ ଉପାନ୍ତ ଅଞ୍ଚଳର ପ୍ରତିଭାବାନ ପିଲା ଏକାଡେମୀରେ ଉପଯୁକ୍ତ କୋଚିଂ ନେଇ ରାଜ୍ୟ କ୍ରିକେଟ ପାଇଁ ଖେଳିବାର ସୁଯୋଗ ପାଇବେ । ପ୍ରତି ଏକାଡେମୀରେ ଏଥିପାଇଁ ଓସିଏ ପକ୍ଷରୁ ସ୍ବତନ୍ତ୍ର କୋଚ ନିଯୁକ୍ତ ହେବେ । ଭିତ୍ତିଭୂମିର ଉନ୍ନତି ହେଲେ ଭଲ ଖେଳାଳି ସାମ୍ନାକୁ ଆସିବେ ଓ ଓଡ଼ିଶା କ୍ରିକେଟ ଅଧିକ ସଫଳତା ପାଇବ ବୋଲି ଓସିଏ ସମ୍ପାଦକ ଆଶା ପ୍ରକାଶ କରିଛନ୍ତି ।

Related posts

ଆଇପିଏଲରେ ନିଜ କମାଲ ଦେଖାଉଛନ୍ତି ରିଙ୍କୁ ସିଂ

ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ ଟୁଣ୍ଣାମେଣ୍ଟରେ ଓଡିଶା ବିଜୟୀ

Odisha Sports Bureau

୧୨୮ ବର୍ଷପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ ସହ ଆହୁରି ୪ଟି ଗେମ

Odisha Sports Bureau