Badminton

ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ: ସାଇନା,କଶ୍ୟପ ଓ ସୌରଭ ସେମିଫାଇନାଲରେ

(ଓଡ଼ିଶା ସ୍ପୋର୍ଟ) : ଆସାମର ଗୌହାଟୀଠାରେ ୮୩ତମ ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ୱାଲଙ୍କ ସହିତ ପାରୁପଲ୍ଲୀ କଶ୍ୟପ ଓ ସୌରଭ ବର୍ମା ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ଜାତୀୟ ବ୍ୟାଡମିଣ୍ଟନ ସାଇନା କ୍ୱାର୍ଟର ଫାଇନାଲରେ ନେହା ପଣ୍ଡିତଙ୍କୁ ୨୧-୧୦ ଓ ୨୧-୧୦ରେ ହରାଇ ସେମିରେ ପ୍ରବେଶ କରିଛନ୍ତି। କଶ୍ୟପ ପ୍ରତିପକ୍ଷ ବୋଧିତ ଯୋଶୀଙ୍କୁ ୨୧-୧୮ ଓ ୨୧-୧୬ରେ ପରାସ୍ତ କରି ସେମିରେ ପହଞ୍ଚି ଯାଇଛନ୍ତି।
ତେବେ କ୍ୱାର୍ଟର ଫାଇନାଲରେ ଏକ ରୋମାଞ୍ଚକର ମ୍ୟାଚରେ ସୌରଭ ବାଜିମାତ କରିଛନ୍ତି। କ୍ୱାର୍ଟର ଫାଇନାଲରେ ସୌରଭଙ୍କ ମୁକାବିଲା ସାଇ ପ୍ରଣୀତଙ୍କ ସହ ହୋଇଥିଲା। ଏହି ମ୍ୟାଚରେ ଉଭୟ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ।
ପ୍ରଥମେ ସେଟକୁ ସୌରଭ ୨୧-୧୧ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟକୁ ପ୍ରଣୀତ ୨୩-୨୧ରେ କବଜା କରି କମବ୍ୟାକ କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍କୁ ସୌରଭ ୨୧-୧୮ରେ ଜିତି ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ।

Related posts

ଫାଇନାଲରେ ସିନ୍ଧୁ

Odisha Sports Bureau

ଏସିୟା ଟ୍ରାଏଲରୁ ବାଦ ପଡିଲେ ସାଇନା

ପ୍ରଥମ ପର୍ଯ୍ୟୟରେ ଶ୍ରୀକାନ୍ତଙ୍କୁ ମିଳିଲା ପରାଜୟ

Odisha Sports Bureau