Badminton

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

(ଓଡିଶ। ସ୍ପୋର୍ଟ): ବିଶ୍ୱର ୧ନଂ ଟେନିସ ଖେଳାଳୀ ରହିଥିବା ଏଣ୍ଡି ମରେ ବେଲଜିୟମ୍ରେ ଖେଳାଯାଉଥିବା ୟୁରୋପିୟ ଓପନରେ ମେରିୟସ କୋପିଲଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେ କ୍ୱାଟରଫାଇନାଲରେ ରୋମାନିଆର ମେରିୟସଙ୍କୁ ଲଗାତାର ତିନୋଟି ସେଟରେ ପରାସ୍ତ କରିଥିଲେ । ସେ ଏହି ମୁକାବିଲାରେ ୬-୩, ୬-୭(୭/୯), ୬-୪ରେ ବିଜୟ ହାସଲ କରିଥିଲେ । ସେମିଫାଇନାଲରେ ମରେଙ୍କ ମୁକାବିଲା ଫ୍ର୍ରନ୍ସର ଉଗୋ ହମବର୍ଟଙ୍କ ସହିତ ହେବ ।
ଏହା ପୂର୍ବରୁ କ୍ୱାଟର ଫାଇନାଲରେ ଭଲ ପ୍ରଦର୍ଶନ କରି ରାଉଣ୍ଡ ଅଫ୍-୧୬ର ମ୍ୟାଚରେ ଅରୁଗ୍ୱେର ପାବ୍ଲୋ କୁଏଭାସଙ୍କୁ ୬-୪, ୬-୩ ସିଧା ସଳଖ ସେଟରେ ପରାସ୍ତ କରିଥିଲେ । ମରେ ଏବଂ କୁୁଏଭାସଙ୍କ ମଧ୍ୟରେ ଏହି ମୁକାବିଲା ପ୍ରାୟ ୮୪ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ବିଶ୍ୱର ୪୫ ନଂରେ ଥିବା କୁଏଭାସ ମରେଙ୍କ ବିପକ୍ଷରେ ଫଳାଫଳକୁୁ ବଦଳାଇବାପାଇଁ ବହୁୁତ ଚେଷ୍ଟା କରିଥିଲେ, କିିନ୍ତୁ ସଫଳତା ମିଳି ନ ଥିଲା । ସେ ସେଟରେ ୭ ବ୍ରେକ୍ ପଏଣ୍ଟ ବଞ୍ଚାଇଥିଲେ । ଅବଶ୍ୟ ପ୍ରଥମ ସେଟରେ ମରେଙ୍କୁୁ ଜିତିବାରୁ ରୋକି ପାରିନଥିଲେ । ଦ୍ୱିତୀୟ ସେଟରେ ମଧ୍ୟ ମରେ ବିଜୟୀ ହୋଇଥିଲେ ଏବଂ ସେ ଅତି ସହଜରେ ସେଟ୍ ଜିତି ମୁକାବିଲାକୁୁ ନିଜ ନାମରେ କରିଥିଲେ ।

Related posts

ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

Odisha Sports Bureau

ଦକ୍ଷିଣ ଏସିଆ ଖେଳର ପଞ୍ଚମ ଦିନରେ ଭାରତୀୟ ଖେଳାଳୀମାନେ ଜିତିଲେ ୪୧ ପଦକ, ଭାରତର ପଦକ ସଂଖ୍ୟା ୧୭୮ରେ ପହଞ୍ଚିଛି

Odisha Sports Bureau

ମାନ୍ୟତାର ତଳକୁ ଖସିଲେ ସିନ୍ଧୁ