Badminton

ମାନ୍ୟତାର ତଳକୁ ଖସିଲେ ସିନ୍ଧୁ

ନୂଆଦିଲ୍ଲୀ: ପିଭି ସିନ୍ଧୁଙ୍କ ବଡ଼ ଧରଣର ଅବନତି ପରିଲକ୍ଷିତ ହୋଇଛି । ପ୍ରକାଶିତ ବିଶ୍ବ ମାନ୍ୟତାରେ ସିନ୍ଧୁ ୫ ସ୍ଥାନରୁ ଖସି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ୨ ନମ୍ବର ମାନ୍ୟତା ପାଇଥିବା ସିନ୍ଧୁଙ୍କ ଗୋଇଠିରେ ଆଘାତ ଲାଗିବାରୁ ସେ ୫ ମାସ ଧରି ଖେଳଠୁ ଦୂରରେ ଥିଲେ। ସୁସ୍ଥ ହୋଇ ଫେରିବା ପରଠୁ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛନ୍ତି ସିନ୍ଧୁ। ମାଦ୍ରିଦ୍ ମାଷ୍ଟର୍ସରେ ସେ ଫାଇନାଲ୍ରେ ପହଞ୍ଚି ଚଳିତ ଋତୁରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ମାଲେସିଆ ମାଷ୍ଟର୍ସ ଓ କାନାଡା ଓପନରେ ସେମିଫାଇନଲ୍ ପର୍ୟ୍ୟନ୍ତ ଯାଇଥିଲେ ବି ୟୁଏସ୍ ଓପନର କ୍ବାର୍ଟରଫାଇନାଲ୍ରୁ ବିଦାୟ ନେଇଥିଲେ। ଯାହାଫଳରେ ୧୦ ବର୍ଷ ପରେ ପୁଣି ଥରେ ତାଙ୍କର ସର୍ବନିମ୍ନ ମାନ୍ୟତାକୁ ସେ ଖସିଆସିଛନ୍ତି।

Related posts

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

Odisha Sports Bureau

ବ୍ୟାଡମିଣ୍ଟନ ଖେଳକୁ ବାଏ ବାଏ କଲେ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟିନୀ ଲି

Odisha Sports Bureau

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau