Badminton

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

ନୂଆଦିଲ୍ଲୀ : ଦୁଇ ଦୁଇ ଥର ଅଲମ୍ପିକ୍ ପଦକ ବିଜୟିନୀ ହୋଇଛନ୍ତି ପିଭି ସିନ୍ଧୁ । ଭାରତୀୟ ଏକମାତ୍ର ଖେଳାଳିଭାବେ ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ । ଏହି ବ୍ୟାଡ୍ମିଣ୍ଟନ ତାରକା ଭାରତର ଫୋର୍ବସର ବାର୍ଷିକ ତାଲିକାରେ ଦ୍ବାଦଶ ସ୍ଥାନରେ ରହିଛନ୍ତି। ତାରକା ସିନ୍ଧୁ ୨୭ ବର୍ଷରେ ୭୧ ଲକ୍ଷ ଡଲାର ପ୍ରାୟ ୫୯ରୋଜଗାର କରିଛନ୍ତି । ସେ ଚଳିତ ବର୍ଷ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକକରେ ସ୍ବର୍ଣ୍ଣ ଓ ଯୁଗଳରେ ରୌପ୍ୟ ପଦକ ଜିତିଥିଲେ । ବିଶ୍ବର ଶ୍ରେଷ୍ଠ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ଜାପାନ୍ ଟେନିସ ତାରକା ନାଓମି ଓସାକା ରହିଛନ୍ତି। ତାଙ୍କ ପଛକୁ ଆମେରିକାର ସେରେନା ୱିଲିୟମ୍ସ, ଚୀନ୍ର ଏଲିନ ଗୁ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ବିଶ୍ବର ଶ୍ରେଷ୍ଠ ୫୦ ଆୟକାରୀ ଆଥ୍ଲେଟ୍ ତାଲିକାରେ ମଧ୍ୟ ରହିଛନ୍ତି ଓସାକା ଓ ସେରେନା ।

Related posts

ହିଂଜିଳିକାଟୁ ମ୍ୟୁନିସପାଲଟିର ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ଜୁନିୟର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମଣ୍ଟେ

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau

ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍

Odisha Sports Bureau