Cricket

ଆଇପିଏଲ ମିନି ନିଲାମୀ ଆରମ୍ଭ .ବରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି ହାଇଦ୍ରାବାଦ

ଭୁବନେଶ୍ୱର:ଆଇପିଏଲ ମିନି ନିଲାମୀ ଆରମ୍ଭ ହୋଇଯାଇଛି । ଖେଳାଳୀଙ୍କୁ କିଣୁଛନ୍ତି ବିଭିନ୍ନ ଦେଶ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଲାମି ପକ୍ରିଆ ଆରମ୍ଭ ହୋଇଯାଇଛି । ଏହି ମିନି ନିଲାମୀରେ ମୋଟ ୪୦୫ ଜଣ ଖେଳାଳିଙ୍କ ମଧ୍ୟରୁ ୮୭ ଜଣ ଖେଳାଳୀଙ୍କୁ କିଣାଯାଉଛି । ଏହାସହିତ ସନରାଇଜର୍ସ ହାଇଦ୍ରାବାଦ ଇଲଣ୍ଡର ଖେଳାଳୀ ହ୍ୟାରୀ ବରୁକଙ୍କୁ ୧୩.୨୫ କୋଟି ଟଙ୍କାରେ କିଣିଛି । ହ୍ୟାରୀଙ୍କର ବେସ୍ ପ୍ରାଇସ ୧.୫ କୋଟି ରହିଥିଲା । ଫଳରେ ରାଜସ୍ଥାନ ରାଜସ୍ଥାନ ଓ ବାଙ୍ଗାଲୋର ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ହାଇଦ୍ରାବାଦ ହ୍ୟାରୀଙ୍କୁ ଦଳରେ ସାମିଲ କରିଥିଲା । ସେହିପରି ୮.୨୫ କୋଟି ଟଙ୍କାରେ ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ କିଣିଛି ହାଇଦ୍ରାବାଦ । ଏହାସହିତ ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କ କ୍ୟାମ୍ପକୁ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଫରିଛନ୍ତି । ରାଜସ୍ଥାନ ରୟାଲ୍ସକୁ ଛାଡି ଧୋନିଙ୍କ କ୍ୟାମ୍ପକୁ ଆସିଛନ୍ତି ।

ତେବେ ଗୁଜୁରାଟ ଟାଇଟନ୍ସ ୨ କୋଟି ଟଙ୍କାରେ ପୂର୍ବରୁ ସନରାଇ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା କେନ୍ ୱିଲିୟମସନଙ୍କୁ କିଣିଛି । ସେହିଭଳି ରାହାଣେଙ୍କୁ ୫୦ ଲକ୍ଷ ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଥିବା ବେଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ ପ୍ରଥମ ନିଲାମୀରେ କୌଣସି ଫ୍ରାଞ୍ଚାଇଜ କିଣିବାକୁ ଆଗ୍ରହ ଦେଖାଇନାହାନ୍ତି । ସାମ କୁରାନ ରେକର୍ଡ ୧୮.୫୦ କୋଟିରେ ବିକ୍ରି । ଅନ୍ୟପକ୍ଷରେ ୨୦୨୩ ଆଇପିଏଲର ମିନି ଅକ୍ସନରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୬.୨୫ କୋଟି ଟଙ୍କାରେ କିଣିଛି। ଆଜିର ମିନି ଅକ୍ସନ ବେଳେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଷ୍ଟୋକ୍ସଙ୍କୁ ନେବାକୁ ଚେଷ୍ଟା କରିଥିଲା। ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦ ମଧ୍ୟ ତାଙ୍କୁ କିଣିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ସମସ୍ତଙ୍କୁ ମାତ ଦେଇ ଚେନ୍ନାଇ ଷ୍ଟୋକ୍ସଙ୍କୁ ନିଜ ସହ ସାମିଲ କରିଛି।

Related posts

ତୁରନ୍ତ ଅଧିନାୟକ ପଦରୁ ରିଷଭ ପନ୍ତଙ୍କୁ ହଟାଇବାକୁ ଦାବି

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ବୋଲରଙ୍କୁ ପ୍ରସ୍ତୁତ କରିବେ ସ୍ମିଥ୍ – ୱାର୍ନର

Odisha Sports Bureau

ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ର ପ୍ରଥମ ମ୍ୟାଚ