Cricket

ବିଶ୍ବକପ ପର୍ୟ୍ୟନ୍ତ ହିଁ ମୋ ଚୁକ୍ତି ରହିଛି: ଇମ୍ରାନ ତାହିର

(ଓଡିଶା ସ୍ପୋର୍ଟ): ବିଶ୍ବକପ ପରେ ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ ତାହିର ଦିନିକିଆ କ୍ରିକେଟ୍ରୁ ଅବସର ନେବେ। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସୋମବାର ନିଜ ଟ୍ବିଟର ପୃଷ୍ଠାରେ ଏହି ଘୋଷଣା କରିଛି। ତେବେ ସେ ଟ୍ବେଣ୍ଟି-୨୦ ଖେଳିବା ଜାରି ରଖିବେ ବୋଲି ବୋର୍ଡ ସୂଚନା ଦେଇଛି। ୩୯ ବର୍ଷୀୟ ତାହିର ୨୦୧୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜ ଦିନିକିଆ ଖେଳ ଜୀବନ ଆରମ୍ଭ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ୯୫ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରେ ସେ ୨୪.୫୬ ହାରରେ ୧୫୬ ୱିକେଟ୍ ଅକ୍ତିଆର କରିଛନ୍ତି। ତାହିର ତିନିଟି ପାଞ୍ଚ ୱିକେଟ୍ ସଫଳତା ପାଇଥିବା ବେଳେ ତାଙ୍କ ରନ୍ ବ୍ୟୟ ହାର ହେଉଛି ମାତ୍ର ୪.୫୬। ସେ ମଧ୍ୟ ୩୭ ଟ୍ବେଣ୍ଟି-୨୦ ଓ ୨୦ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ବ କରିଛନ୍ତି। ତାହିର କହିଛନ୍ତି ଯେ ମୁଁ ସବୁବେଳେ ବିଶ୍ବକପ ଖେଳିବାକୁ ଚାହୁଁଥିଲି। କିନ୍ତୁ ବିଶ୍ବକପ ପର୍ୟ୍ୟନ୍ତ ହିଁ ମୋ ଚୁକ୍ତି ରହିଛି।

Related posts

୨୦୨୫ ଆଇପିଏଲରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ଖେଳାଇପାରେ ଚେନ୍ନାଇ ସୁପର କିଙ୍ଗ୍ସ

Odisha Sports Bureau

ଠକାମିର ଶିକାର ହେଲେ ସଚିନ ତେନ୍ଦୁଲକର

କେନବେରାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଛି

Odisha Sports Bureau