Cricket

ଶ୍ରୀସନ୍ଥଙ୍କ ଉପରୁ ହଟିଲା ବ୍ୟାନ : ସୁପ୍ରିମକୋର୍ଟ

(ଓଡ଼ିଶା ସ୍ପୋର୍ଟ):ବହୁ ଦିନର ପ୍ରତୀକ୍ଷା ପରେ ଏସ୍. ଶ୍ରୀସନ୍ଥଙ୍କୁ ଆଶ୍ୱସ୍ତି ମିଳିଛି ।୨୦୧୩ରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କୁ ଦୋଷୀ କରାଇବା ସହ ଆଜୀବନ ବ୍ୟାନ୍ ଲଗାଇଥିଲା ବିସିସିଆ । ଏହା ବିରୋଧରେ ଶ୍ରୀସନ୍ଥ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଶେଷରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରୁ ମୁକ୍ତି ମିଳିଛି ।ଶ୍ରୀସନ୍ଥଙ୍କୁ ଉପରୁ ଆଜୀବନ ବ୍ୟାନ ହଟାଇଛନ୍ତି ସୁପ୍ରିମକୋର୍ଟ । ତିନି ମାସ ମଧ୍ୟରେ ଶ୍ରୀସନ୍ଥଙ୍କ ବିଷୟରେ ନିଷ୍ପତ୍ତି ନେବାକୁ କୋର୍ଟ ବିସିସିଆକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଶ୍ରୀସନ୍ଥଙ୍କ ପକ୍ଷ ଶୁଣିବା ଆବଶ୍ୟକ । ଏହା ପରେ ଦଣ୍ଡ ପରିଣାମ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି । ଶ୍ରୀସନ୍ଥଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ସଟ୍ଟା କାରବାର କରିଥିବା ଅଭିଯୋଗ ଥିବା କୋର୍ଟକୁ ଜଣାଇଥିଲା ବିସିସିଆଇ ।

Related posts

କ୍ରିକେଟରୁ ସନ୍ୟାସ ନେଇ ପୁଣି ପ୍ରତ୍ୟାବର୍ତ୍ତନ କଲେ ମନୋଜ ତିୱାରୀ

Odisha Sports Bureau

ସ୍ୱେଦେଶ ଫେରୁଛନ୍ତି ବିଶ୍ୱକପ ବିଜୟୀ ଭାରତୀୟ ଦଳ

Odisha Sports Bureau

ରଣଜୀ ଲଢେଇ ଗୋଆକୁ ୩୮୮ର ବିଜୟ ଲକ୍ଷ୍ୟ

Odisha Sports Bureau