Cricket

ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ହେଲେ ଗାଙ୍ଗୁଲି

(ଓଡିଶା ସ୍ପୋର୍ଟ): ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ସୌରଭ ଗାଙ୍ଗୁଲି । ନୂଆ ଦାୟିତ୍ୱ ସହ ଗାଙ୍ଗୁଲି ଦିଲ୍ଲୀର ମୁଖ୍ୟ କୋଚ ରିକି ପଣ୍ଟିଂଙ୍କ ସହିତ ଏକାଠି କାମ କରିବେ। ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଦିଲ୍ଲୀ ମାର୍ଚ୍ଚ ୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଆଇପିଏଲ୍ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

‘ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଅଛି। ପୂର୍ବରୁ ଜିନ୍ଦଲ ଓ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ବିଷୟରେ ଜାଣିଥିଲି। କିନ୍ତୁ ବର୍ତ୍ତମାନ ସେମାନଙ୍କ ସ୍ପୋର୍ଟ ବିଭାଗରେ ସାମିଲ ହେବାରେ ସୁଯୋଗ ପାଇଛି। ଦିଲ୍ଲୀର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ସହିତ ମିଶି ଏକାଠି କାମ କରିବାକୁ ବ୍ୟଗ୍ର ରହିଛି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ‘ସୌରଭଙ୍କ ପରି ଜଣେ ଅଭିଜ୍ଞ ଖେଳାଳି ଦଳରେ ସାମିଲ ହୋଇଥିବାରୁ ଆମ ଟିମ୍ ନିଶ୍ଚିତ ଉପକୃତ ହେବ ବୋଲି ଦିଲ୍ଳୀ କ୍ୟାପିଟାଲ୍ସର ଅଧ୍ୟକ୍ଷ ପାର୍ଥ ଜିନ୍ଦଲ ଏହି ଅବସରରେ କହିଛନ୍ତି।

ସେହିଭଳି ଦିଲ୍ଲୀ ଏହାର ପ୍ରଥମ ଘରୋଇ ମ୍ୟାଚ୍ ମାର୍ଚ୍ଚ ୨୬ରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଖେଳିବ। ଦିଲ୍ଲୀ ଆଜି ପର୍ୟ୍ୟନ୍ତ ଥରେ ହେଲେ ବି ଆଇପିଏଲ୍ରେ ଚାମ୍ପିୟନ ହୋଇପାରି ନାହିଁ।

Related posts

୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସ

Odisha Sports Bureau

ଲକ୍ଷ୍ନୌକୁ ପରାସ୍ତ କରି କ୍ବାଲିଫାୟରରେ ପହଞ୍ଚିଲା ମୁମ୍ବାଇ

Odisha Sports Bureau

ମଦ୍ୟପାନ କରି ଗାଡ଼ି ଚଲାଇବା ମାମଲାରେ ଦୋଷୀ ସାବ୍ୟସ୍ତ ଡେଭିଡ୍ ୱାର୍ଣ୍ଣର…

Odisha Sports Bureau