Cricket

ରୋହିତ:ଦିନିକିଆ କ୍ରିକେଟରେ ୮ ହଜାର ରନ୍ ପୂରଣ କଲେ

(ଓଡିଶା ସ୍ପୋର୍ଟ): ଗୋଟିଏ ପରେ ଗୋଟିଏ କୀର୍ତ୍ତି କରିଚାଲିଛନ୍ତି ଭାରତୀୟ ଉପ- ଅଧିନାୟକ ତଥା ତାରକା ଓପନର ରୋହିତ ଶର୍ମା । ସେ ଗତକାଲି ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଦିନିକିଆରେ ୮୦୦୦ ରନ ପୂରଣ କରିଛନ୍ତି। ୨୦୬ଟି ଦିନିକିଆ ଖେଳି ସେ ଏହି ସଫଳତା ପାଇଛନ୍ତି। ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ୩୧ ବର୍ଷୀୟ ରୋହିତ ଯୁଗ୍ମ ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ୮ ହଜାର ରନ୍ ପୂରଣ କରିଛନ୍ତି। ଉଭୟ ୨୦୦ଟି ଇନିଂସ ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ତେବେ ଅଧିନାୟକ ବିରାଟ କୋହଲି ୧୭୫ଟି ଇନିଂସ ଖେଳି ୮ ହଜାର ରନ ପୂରଣ କରି ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଏବି ଡି ଭିଲର୍ସ ୧୮୨ଟି ଇନିଂସ ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ପଞ୍ଚମ ଦିନିକିଆରେ ରୋହିତ ୮୯ଟି ବଲର ସମ୍ମୁଖୀନ ହୋଇ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସ୍ପିନର ଆଡାମ ଜାମ୍ପାଙ୍କ ବଲ୍ରେ ସେ ଷ୍ଟମ୍ପ ଆଉଟ୍ ହୋଇଥିଲେ। ସେ ବର୍ତ୍ତମାନ ୨୦୬ଟି ଦିନିକିଆ ଖେଳି ୨୨ଟି ଶତକ, ୪୧ଟି ଅର୍ଦ୍ଧଶତକ ସହ ୮୦୧୦ ରନ୍ ସଂଗ୍ରହ କରିଛନ୍ତି।

Related posts

ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଟକ୍କର

ଟିମ୍ ଇଣ୍ଡିଆରୁ ଅବସର ନେଲା ଜର୍ସି ନମ୍ବର ୭

Odisha Sports Bureau

ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା; ବାବର ଆଜାମଙ୍କ ସମେତ ଏହି ଖେଳାଳି ସ୍ଥାନ ପାଇଛନ୍ତି

Odisha Sports Bureau