Cricket

ଆଜଲାନ ଶାହ କପ, ଭାରତ ରନର୍ସଅପ

(ଓଡ଼ିଶାସ୍ପୋର୍ଟ):ମାଲେସିଆରେ ଚାଲିଥିବା ସୁଲତାନ ଜୋହର କପ ହକିରେ ଭାରତୀୟ ପୁରୁଷ ହକି ଟିମ ପରାସ୍ତ ହୋଇ ରନର୍ସଅପ୍ରେ ସନ୍ତୁଷ୍ଟ ହୋଇଛି। ଟାଇଟଲ ମୁକାବିଲାରେ ଭାରତ ଶୁଟ୍ ଆଉଟ୍ରେ ଦକ୍ଷିଣ କୋରିଆଠାରୁ ୪-୨ ଗୋଲରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଛି। ଲଗାତାର ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଭାରତୀୟ ହକି ଶେଷରେ ଦକ୍ଷିଣ କୋରିଆ ଠାରୁହାରି ରନର୍ସଅପ ହୋଇଛି।

ବିଶ୍ୱ ର଼୍ୟାଙ୍କିଙ୍ଗର ୫ ନମ୍ବର ସ୍ଥାନରେ ଥିବା ଭାରତ ଟାଇଟଲ ମୁକାବିଲାରେ ଫେଭରାଇଟ ବିବେଚିତ ହେଉଥିଲା। ଅନ୍ୟପରେ ୧୭ ନମ୍ବର ସ୍ଥାନରେ ଥିବା କୋରିଆ ଶେଷରେ ବାଜି ମାରିଛି।
୨୦୧୦ରେ କୋରିଆ ସହ ଯୁଗ୍ମ ଭାବେ ଟାଇଟଲ ଜିତିଥିଲା। ଭାରତ ପାଖରେ ଏଥର ଚାମ୍ପିଅନ୍ ହେବାର ଭଲ ସୁଯୋଗ ଥିଲା, କିନ୍ତୁ ଖରାପ ପ୍ରଦର୍ଶନ କାରଣରୁ ଭାରତକୁ ପୁଣି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ମ୍ୟାଚଟି ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ବରାବର ରହିଥିଲା। ତେବେ ଶୁଟଆଉଟରେ ଭାରତ ମାତ୍ର ୨ ଗୋଲ ଦେବାକୁ ସକ୍ଷମ ହୋଇଥିବା ବେଳେ କୋରିଆ ୪ଟି ଗୋଲ ଦେଇ ମ୍ୟାଚକୁ ଜିତି ନେଇଥିଲା। ମ୍ୟାଚଟି ଆରମ୍ଭରୁ ଆକର୍ଷଣୀୟ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ ଦେଇ ୧-୦ର ଅଗ୍ରଣୀ ହାସଲ କରିଥିଲା।
ମ୍ୟାଚର ନବମ ମିନିଟରେ ସିମରନଜିତ ସିଂହ ଫିଲ୍ଡ ଗୋଲ ଦ୍ୱାରା ଭାରତକୁ ଏହି ସଫଳତା ଦେଇଥିଲେ। ଭାରତ ତୃତୀୟ କ୍ୱାର୍ଟର ପର୍ୟ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିଥିଲା। ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ କୋରିଆ ଗୋଲ ପରିଶୋଧ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। କୋରିଆର ଜାଙ୍ଗ ଜଙ୍ଗ-ହ୍ୟୁନ୍ ୪୭ତମ ମିନିଟରେ ଏହି ଗୋଲଟି ଦେଇଥିଲେ।
ଶେଷ ହୁଇସିଲ ବାଜିବା ପର୍ୟ୍ୟନ୍ତ ସ୍କୋର ୧-୧ରେ ସମାନ ସ୍ଥିତିରେ ରହିଥିଲା। ଶୁଟଆଉଟରେ କୋରିଆ ପକ୍ଷରୁ ଜି ଉ-ଚିଅନ୍, ଲି ଜଙ୍ଗ-ଜୁନ୍, ଜଙ୍ଗ ମାନ୍-ଜାଇ ଓ ଲି ନାମ-ୟଙ୍ଗ ଗୋଲ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ବୀରେନ୍ଦ୍ର ଲାକ୍ରା ଓ ବରୁନ୍ କୁମାର ଗୋଲ ଦେଇଥିଲେ। ତେବେ ଭାରତର ସୁମିତ ଓ ସୁମିତ୍ କୁମାର ଗୋଲ ଦେବାରେ ବିଫଳ ହୋଇଥିଲା, ଯାହା ଦଳ ପାଇଁ ମହଙ୍ଗା ପଡ଼ିଥିଲା।

Related posts

ଟସ୍ ଜିତିଲା USA, ପ୍ରଥମେ କରିବ ବୋଲିଂ

Odisha Sports Bureau

ସେମିଫାଇନାଲ କିମ୍ବା ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚ୍ ହେଲେ କଣ ହେବ? ସଲମାନ ଆଗା କହିଲେ ସତ

Odisha Sports Bureau

ମଜବୁତ ସ୍ଥିତିରେ ଭାରତ

Odisha Sports Bureau