Cricket

ଟେଷ୍ଟ କ୍ରିକେଟ ନିୟମରେ ପରିବର୍ତ୍ତନ

(ଓଡ଼ିଶାସ୍ପୋର୍ଟ):ଟେଷ୍ଚ କ୍ରିକେଟରେ ହେବାକୁ ଯାଉଛ ିବଡ ଼ପରିବର୍ତ୍ତନା ଏହା ଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ନୂଆ ପରିବର୍ତ୍ତନ ରେଟସ୍ ଠାରୁ ଆରମ୍ଭ କରି ଚୌକା, ଛକା, ନୋଓହ୍ୱାଇଟ୍ବଲ ଏବଂ ଆଉଟ୍କରିବାର ପ୍ରକ୍ରିୟା ମଧ୍ୟ ସାମିଲ ଅଛି। ଟେଷ୍ଟ କ୍ରିକେଟକୁ ରୋମାଞ୍ଚ କର କରିବା ପାଇଁ ଅନେକ ଦିନରୁ ଟେଷ୍ଟ କ୍ରିକେଟ ର ନିୟମ ରେ ପରିବର୍ତ୍ତନ କରିବା ପାଇଁ ଦାବି ହୋଇ ଆସିଛି। ଆଇସିସି ର ଟେଷ୍ଟ ଚାମ୍ପିୟନ ସିପ୍ ଆରମ୍ଭରୁ ଏହି ନୂଆ ନିୟମ ଗୁଡିକ ଲାଗୁ ହେବ ବୋଲି ସୂଚନା ମିଳିଛି।
ନୂଆ ନିୟମ ଅନୁଯାୟୀ, ଟେଷ୍ଟ କିଟ ଉପରେ ଖେଳାଳି ଙ୍କ ନମ୍ୱର ସହିତ ସେମାନଙ୍କ ର ଇନ୍ଷ୍ଟାଗ୍ରାମ ହୈଡେଲ ମଧ୍ୟ ରହିବ। ଏହା ସହିତ ଏବେ ଗୋଟିଏ ବଲରେ ଦୁଇ ଜଣ ଖେଳାଳି ଆଉଟ୍ହୋଇ ପାରିବେ। ଯଦି ଜଣେ ଖେଳାଳି କ୍ୟାଚ ଆଉ ଟ୍ହେଇଛି ଅନ୍ୟ ଖେଳାଳିଙ୍କୁ ରନ ଆଉଟ୍କରା ଯାଇପାରିବ। କେବଳ ସେତିକି ନୁହେଁ, ଡେନାଇଟ୍ଟେଷ୍ଟରେ ଡବଲର ନ ମିଳିବ। ମାନେ ଚୌକା ମାରିଲେ ୮ ରନ ଓ ଛକା ମାରିଲେ ୧୨ ରନ ଦିଆଯିବ। ଏହା ସହିତ ଡଟ୍ବଲ ଓ ନୋବଲ ବଦଳରେ ଦୁଇଟି ନୂଆ ଶବ୍ଦ ଫଲ୍ଟ ଓ ଏସେଜ୍ବ୍ୟ ବହାର କରାଯିବ। ଟେଷ୍ଟ ମ୍ୟାଚରେ ଏବେ ଟସ୍ ମଧ୍ୟ ହେବ ନାହିଁ। ଟସ ବଦଳ ରେ ଟ୍ୱିଟର ପୋଲ କରାଯିବ।ପୋଲ ଜରିଆରେ ଲୋକମାନେ ନିଷ୍ପତ୍ତି ନେବେ କି କେଉଁ ଦଳ ପ୍ରଥମେ ବ୍ୟାଟିଂ କରିବ ଏବଂ କେଉଁ ଦଳ ବୋଲିଂ କରିବ। ଯଦି ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ଥିବ ତେବେ ଖେଳାଳି ମାନଙ୍କୁ ସର୍ଟ୍ସ ପିନ୍ଧିବାକୁ ଅନୁମତି ଦିଆଯିବ। କେବଳ ସେତିକି ନୁହେଁ କମେଣ୍ଟେ ଟର୍ସ ପଡିଆ ମଧ୍ୟରେ ରହି ଫିଲ୍ଡର୍ସ ଘେରା ବାହାରେ ରହି ମ୍ୟାଚ ବିଷୟରେ ଧାରା ବିବରଣୀ ଶୁଣାଇ ପାରିବେ। ଆଇସିସିର ଏହି ନୂଆ ନିୟମ ଗୁଡିକୁ ଶୁଣି ଆପଣମାନେ ବ୍ୟସ୍ତ ହୋଇ ସାରିବେଣି। ଛାଡନ୍ତୁ ଆପଣଙ୍କ ଚିନ୍ତାକୁ ଦୂର କରି ଦେଉଛି। ଏହି ନିୟମ ଗୁଡିକ ପ୍ରକୃତ ରେ ଲାଗୁ ହେବ ନାହିଁ ,ଏହା କେବଳ ଆଇସିସି ପକ୍ଷରୁ ଲୋକମାନଙ୍କୁ ଏପ୍ରିଲ ଫୁଲ କରିବା ପାଇଁ ଘୋଷଣା କରିଛି। ଦେଖନ୍ତୁ ଆପଣ ବି ଫୁଲ୍ ହୋଇଗଲେ।

Related posts

ଚଣ୍ଡିଗଡ଼ରେ ହେବ ଜୋରଦାର ଲଢେଇ

Odisha Sports Bureau

ବୈରାଟପୁର ପ୍ରିମିୟର ଲିଗ କ୍ରିକେଟ ୨୦୨୫, ଚି଼ଲ୍ ବ୍ରୋ କୁ ହରାଇ ଏସଏସ ଫାଇଟର ଚାମ୍ପିଅନ

Odisha Sports Bureau

ଆଇପିଏଲରେ ନିଲାମ ହେଲେ ମିଚେଲଙ୍କଠୁ ଅଧିକ ଦାମରେ ବିକ୍ରି ହେବେ ବିରାଟ କୋହଲି

Odisha Sports Bureau