Cricket

ବିଶ୍ୱକପ:ଅମ୍ପାୟାରଙ୍କ ଭୁଲ ପାଇଁ ହାରିଲା ଭାରତ

(ଓଡିଶା ସ୍ପୋର୍ଟ): ଗତକାଲି ଟିମ୍ ଇଣ୍ଡିଆ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ସେମିଫାଇନାଲ୍ ମୁକାବିଲା ବେଶ୍ ରୋମାଞ୍ଚକର ହୋଇଥିଲା। ଏଥିରେ ଭାରତ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପରୁ ବିଦାୟ ନେଇଛି।

ଧୋନିଙ୍କ ଆଉଟ୍ ହେବା ପୂର୍ବରୁ ଭାରତକୁ ୧୦ ବଲରେ ୨୫ ରନ୍ ଆବଶ୍ୟକ ଥିଲା। କିନ୍ତୁ ଧୋନି ଯେମିତି ରନ୍ ଆଉଟ୍ ହେଲେ, ପ୍ରଶଂସକ ଆଶା ଛାଡ଼ି ଦେଲେ। କିନ୍ତୁ ମ୍ୟାଚ୍ ପରେ ଧୋନିଙ୍କ ଆଉଟ୍ ନେଇ ପ୍ରଶ୍ନ ଉଠିଛି। ଧୋନିଙ୍କ ଆଉଟ୍ ହେବା ବଲରେ ଅମ୍ପାୟାରଙ୍କ ଦ୍ୱାରା ଏକ ବଡ଼ ଭୁଲ୍ ହୋଇଥିବା ପ୍ରଶଂସକ କହିଛନ୍ତି। ଭାରତୀୟ ପ୍ରଶଂସକ ନ୍ୟୁଜିଲ୍ୟାଣ୍ଡର ଫିଲ୍ଡ ପ୍ଲେସମେଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭାରତ ଚଳିତ ବିଶ୍ୱକପରୁ ବିଦାୟ ନେବା ପରେ ଅମ୍ପାୟାରଙ୍କ ତ୍ରୁଟିକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

୧୮ ରନରେ ମ୍ୟାଚ୍ ହାରିବା ପରେ ଭାରତୀୟ ପ୍ରଶଂସକ ଭିଡିଓ ଓ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ୩୦ ୟାର୍ଡ ସର୍କଲ ଭିତରେ ୬ ଫିଲ୍ଡର ଛିଡ଼ା ହୋଇଛନ୍ତି। ତେବେ ନିୟମ ଅନୁଯାୟୀ, ୩୦ ୟାର୍ଡ ବାହାରେ ୫ଜଣ ଫିଲ୍ଡର ରହିବା ଦରକାର। କିନ୍ତୁ ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ବାହାରେ ୬ଜଣ ଫିଲ୍ଡର ଅଛନ୍ତି।

ଯଦି ଅମ୍ପାୟାର ଏହାକୁ ଧରିଥାନ୍ତେ, ତାହେଲେ ଏହା ନୋ’ ବଲ୍ ହୋଇଥାନ୍ତା। ତଥାପି ଧୋନି ରନଆଉଟ୍ ହୋଇଥାନ୍ତେ। କିନ୍ତୁ ୟୁଜର୍ସଙ୍କ କହିବା ଅନୁଯାୟୀ, ଯଦି ୬ ଫିଲ୍ଡର ବାହାରେ ନଥାନ୍ତେ, ତାହେଲେ ଧୋନିଙ୍କ ଆପ୍ରୋଚ୍ ଭିନ୍ନ ହୋଇଥାନ୍ତା। ଲୋକଙ୍କ କହିବା ଅନୁଯାୟୀ, ଯଦି ଅମ୍ପାୟାର ବଲ୍ ପଡ଼ିବା ପୂର୍ବରୁ ଫିଲ୍ଡ ସେଟିଂ ଦେଖିଥାନ୍ତେ, ତାହେଲେ ଧୋନି ଡବଲ୍ ରନ୍ ପାଇଁ ଦୌଡ଼ି ନଥାନ୍ତେ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଶ୍ୱକପ୍ ଭଳି ଏତେ ବଡ଼ ଇଭେଣ୍ଟରେ ଅମ୍ପାୟାରଙ୍କ ଦ୍ୱାରା ଏଭଳି ଭୁଲ୍ ହେଲା କେମିତି?

Related posts

ଋଷଭଙ୍କ ପୁନର୍ଜନ୍ମ,ସୋସିଆଲ ମିଡିଆରେ ଲେଖିଲେ ଦ୍ୱିତୀୟ ଜନ୍ମ ତରିକା

ଅଶ୍ୱିନଙ୍କୁ ‘ସରି’ କହିଲେ ଅର୍ଶଦୀପ, ଜାଣନ୍ତୁ କ’ଣ ଥିଲା ଏହାର କାରଣ

Odisha Sports Bureau

ବିଶ୍ୱକପକୁ ଆଉ ୫୭ ଦିନ, ଏବେ ଯାଏଁ ମିଳିଲାନି ପରଫେକ୍ଟ ଇଲେଭେନ

Odisha Sports Bureau