Cricket

ଭାରତର ଶୋଚନୀୟ ପରାସ୍ତ, ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

(ଓଡିଶା ସ୍ପୋର୍ଟ): ବିଶ୍ୱକପ ଟ୍ରଫି ଆଶାରେ ରହିଗଲା । ଲକ୍ଷ୍ୟ ବେଶି ବଡ଼ ନଥିଲା । କୋଟି କୋଟି ଭାରତୀୟ ପ୍ରଶଂସକ ଆଶା ଆଶାରେ ହିଁ ରହିଗଲା। ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ ସେମିଫାଇନାଲରେ ଅଟକି ଯାଇଛି। ବୁଧବାର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ୍ ୧୮ ରନରେ ଭାରତକୁ ହରାଇ ଫାଇନାଲରେ ପହଞ୍ଚିଛି। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆକୁ ନିରାଶ ହେବାକୁ ପଡ଼ିଛି। ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି ଦେଖାଇଲା ଟିମ୍ ଇଣ୍ଡିଆ। ବର୍ଷା ଯୋଗୁଁ ବାଧାପ୍ରାପ୍ତ ଆଇସିସି ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ଏମିତି ଭାବେ ହାରିଲା ଯେ ଯାହାକୁ କେହି ସ୍ବପ୍ନରେ ବି ଭାବି ନଥିଲେ ।

ବର୍ଷା ଯୋଗୁ ଦୁଇଦିନ ଧରି ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୩୯ ରନ୍ କରିଥିଲା। ଜବାବରେ ରବୀନ୍ଦ୍ର ଜାଡେଜା (୭୭) ଓ ମହେନ୍ଦ୍ର ସିଂହ ଧୋନି (୫୦)ଙ୍କ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରି ପରାସ୍ତ ହୋଇଛି।

ଦ୍ୱିତୀୟ ଇନିଂସରେ ୨୪୦ ରନ୍ ବିଜୟ ଲକ୍ଷ୍ୟ ନେଇ ଟିମ୍ ଇଣ୍ଡିଆର ବ୍ୟାଟିଂ କରିଥିଲା କିନ୍ତୁ ଆରମ୍ଭରୁ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ସ୍କୋର ୨୪ ରନରେ ଗୁରୁତ୍ୱପୂର୍ଣ୍ଣ ୪ଟି ଓ୍ଵିକେଟ୍ ହରାଇଥିଲା। ସ୍କୋର ୪ ରନ୍ରେ ରୋହିତ ଶର୍ମା (୧ ରନ୍), ୫ ରନ୍ରେ ବିରାଟ କୋହଲି (୧ ରନ୍) ଓ ଲୋକେଶ ରାହୁଲ (୧ ରନ) ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ (୬ ରନ) ମଧ୍ୟ ଆଶାର ସଂଚାର କରିବେ ବୋଲି ଦର୍ଶକ ଭାବୁଥିବା ବେଳେ ସେ ବେଶି ସମୟ କ୍ରିଜ୍ରେ ରହିପାରି ନଥିଲେ। ସପ୍ତମ ଓ୍ଵିକେଟରେ ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଦେଜା ଶତକୀୟ ଭାଗିଦାରୀ (୧୧୬ ରନ୍) ହୋଇପାରିଥିଲେ।

ଋଷଭ ପନ୍ତ ୫୬ଟି ବଲ ଖେଳି ୩୨ ରନ୍ କରିଥିଲେ। ଏଥିରେ ୪ଟି ଚୌକା ସାମିଲ ଥିଲା। ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୬୨ଟି ବଲ ଖେଳି ୩୨ ରନ୍ ଯୋଡ଼ିଥିଲେ। ସଣ୍ଟନରଙ୍କ ବଲ କେନ୍ ଓ୍ଵିଲିୟମସନ୍ଙ୍କୁ କ୍ୟାଚ୍ ଦେଇ ପାଣ୍ଡ୍ୟା ଆଉଟ ହୋଇ ପାଭଲିଅନ୍ ଫେରିଥିଲେ।

Related posts

ଯଶ୍ୱସୀଙ୍କ ଟେଷ୍ଟରେ ଟିମରେ ଚୟନପରେ ବାପା କାନ୍ଦି ପକାଇଥିଲେ

Odisha Sports Bureau

ମାର୍ଚ୍ଚ ୨୮ରୁ IPL ୨୦୨୬ ଆରମ୍ଭ, ଉଦଘାଟନୀ ଉତ୍ସବ ବାତିଲ

Odisha Sports Bureau

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau