More Sports

୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଦୂତୀଙ୍କୁ ସ୍ୱର୍ଣ୍ଣ

(ଓଡ଼ିଆ ସ୍ପୋର୍ଟ): ପୁଣି ଓଡ଼ିଶା ପାଇଁ ଗର୍ବ ଆଣିଲେ ଦୂତୀଚାନ୍ଦ । ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଛନ୍ତି। ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
ଦୂତୀ ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିଥିଲେ । ଏହି ଦୂରତାକୁ ୧୧.୩୩ ସେକେଣ୍ଡରେ ଅତିକ୍ରମ କରି ସ୍ୱିଜରଲ୍ୟାଣ୍ଡର ଆଜ୍ଲା ଡେଲ୍ ପୋଣ୍ଟେକୁ ପଛରେ ପକାଇଥିଲେ । ପୋଣ୍ଟେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ । ଦୂତୀ ସେମି ଫାଇନାଲ୍ରେ ୧୧.୪୧ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଚଳିତ ସଂସ୍କରଣରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ।

ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଏହା ଦେଶ ପାଇଁ ବହୁତ ଗର୍ବର କଥା । ଏହିଭଳି ଉଭ୍ୟମ ଜାରି ରଖ ଓ ଅଲିମ୍ପିକ୍ସରେ ଏହି ସଫଳତାକୁ ଦୋହରାଇବାକୁ ଲକ୍ଷ୍ୟ ରଖ ବୋଲି ପରାମର୍ଶ ଦେଇଛନ୍ତି।

Related posts

ଲଗାତାର ତୃତୀୟ ଥର ପାଇଁ ଏମଏମଏ ଟାଇଟଲ୍ ଜିତିଲେ ରିତୁ

Odisha Sports Bureau

ଆଜିଠୁ ଆରମ୍ଭ ହେଉଛି ଏସୀୟ ରଗବି ସେଭେନ୍ସ

Odisha Sports Bureau

ଆସାମ ବନ୍ୟା ସହାୟତା ପାଣ୍ଠିକୁ ଅଧା ଦରମା ଦାନ କଲେ ହୀମା

Odisha Sports Bureau