Cricket

ବିଶ୍ୱକପ୧୯ : ଫାଇନାଲ ମ୍ୟାଚ ପାଇଁ ଟିକେଟ ବିକ୍ରିରେ କଳାବଜାରୀ

(ଓଡ଼ିଶା ସ୍ପୋର୍ଶ ) : ଲଣ୍ଡନ୍ ରବିବାର ଆୟୋଜକ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ଲର୍ଡ଼ସ ପଡ଼ଇଆରେ ଖେଳାଯିବ ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଆୟୋଜକ ଇଂଲଣ୍ଡ ଫାଇନାଲ ଖେଳୁଥିବାରୁ ସ୍ଥାନୀୟ ଦର୍ଶକଙ୍କ ଉତ୍କଷ୍ଠା ବଢି ଯାଇଛି । ପୂର୍ବରୁ ଘରୋଇ ଦର୍ଶକମାନେ ଟିକେଟ୍ କିଣି ନଥିବା ବେଳେ ଏବେ ଟିକେଟ ମିଳୁନାହିଁ ।
ଏହାର ଫାଇଦା ନେଇ କିଛି କଳାବାଜାରି ପ୍ରକୃତ ମୂଲ୍ୟଠାରୁ ଢେର ଅଧିକ ଦାମରେ ଟିକେଟ୍‌ ବିକ୍ରି କରୁଥିବା ସୂଚନା ମିଳିଛି । ୨୫୦୦୦ ଟଙ୍କା ମୂଲ୍ୟର ଟିକେଟ୍‌ ଏବେ କଳାବଜାରରେ ପ୍ରାୟ ୧୪ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଯାହା ପ୍ରକୃତ ମୂଲ୍ୟଠାରୁ ୫୦ ଗୁଣ ଅଧିକ ରହିଛି । ଅନ୍ୟପକ୍ଷରେ ଭାରତ ଫାଇନାଲ୍‌ ଖେଳିବ ବୋଲି ଆଶା ବାନ୍ଧି ଟିକେଟ କିଣି ସାରିଥିବା ଭାରତୀୟ ପ୍ରଶଂସକମାନେ ଦଳ ବିଦା ହୋଇଯିବା ପରେ ଏବେ ଟିକେଟ ପୁନଃବିକ୍ରି କରୁଥିବା ଦେଖାଯାଉଛି ।

Related posts

ନୀଲ ଗାଭାସ୍କର ଏକ ମିଡିଆରେ ସାକ୍ଷାତକରରେ କହିଛନ୍ତି ସତ କହିବାକୁ ଗଲେ ରୋହିତକୁ ଏକ ବିରତି ନେବା ଉଚିତ

Odisha Sports Bureau

ଟି -୨୦ ବିଶ୍ୱକପ ଜିତିବା ପରେ ଭାବବିହୋଳ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ମୁମ୍ବାଇରେ ସଫଳ ହେଲା ଋୁଷଭ ପନ୍ତଙ୍କ ଅସ୍ତ୍ରପ୍ରଚାର

Odisha Sports Bureau