Cricket

ଅଫିସିଆଲ ନୂଆ ଜର୍ସି ଉନ୍ମୋଚନ କରିଛି ରାଜସ୍ଥାନ ରୟାଲ୍ସ

୨୦୨୬ ଆଇପିଏଲ୍ ସିଜନ ପାଇଁ ରାଜସ୍ଥାନ ରୟାଲ୍ସ ତାର ଅଫିସିଆଲ ଜର୍ସି ଉନ୍ମୋଚନ କରିଛି । ଫ୍ରାଞ୍ଚାଇଜ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନୂଆ ସିଜନର ନୂଆ ଜର୍ସି ଉପସ୍ଥାପନ କରାଯାଇଥିଲା । ଅଫିସିଆଲ ସୋସିଆଲ ମିଡ଼ିଆ ପୃଷ୍ଠାରେ ଏହି ଜର୍ସିର ଫଟୋ ଅପଲୋର୍ଡ କରାଯାଇ ଲେଖାଯାଇଥିଲା, “ନୂଆ ଜର୍ସି, ପୁରୁଣା ହଲ୍ଲା ବୋଲ୍’ । ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଅଧିନାୟକ ରିୟାନ ପରାଗ, ଷ୍ଟାର ବ୍ୟାଟ୍ସମେନ ବୈଭବ ସୂର୍ଯ୍ୟବଂଶୀ, ଲେଗ ସ୍ପିନର ରବି ବିଷ୍ଣୋଇ ଯୋଗ ଦେଇଥିଲେ । ରାଜସ୍ଥାନ ରୟାଲ୍ସ ନିଜ ଘରୋଇ ପଡ଼ିଆ ଗୁଆହାଟୀରେ ୩୦ ତାରିଖରେ ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

CAPTAIN & COACH WITH NEW RAJASTHAN ROYALS JERSEY 🩷

Related posts

ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ

Odisha Sports Bureau

୫୬ ଟି ଟି -୨୦ ମ୍ୟାଚ ଖେଳି ଇତିହାସ କଲେ ସୁର୍ଯ୍ୟକୁମାର ଯାଦବ

Odisha Sports Bureau

ଭିଡିଓ ସେୟାର କରି ‘କଠିନ ପରିସ୍ଥିତି ଦେଇ ଗତି କରୁଛି’ କହିଲେ ନତାଶା