Cricket

ବିଶ୍ୱକପ ୧୯: ୬ଷ୍ଠ ତମ ସ୍ଥାନ ଅଧିକାର କରିଛି ଇଂଲଣ୍ଡ

(ଓଡ଼ିଶା ସ୍ପୋର୍ଟସ / ଶୁଭସ୍ମିତା ଦାଶ ) : ୨୦୧୯ ବିଶ୍ୱକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଆୟୋଜକ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଗତକାଲି ରୋମାଞ୍ଚକର ଫାଇନାଲ ମ୍ୟାାଚ୍ରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତକରି ଇଂଲଣ୍ଡ ଏହି କୃତିତ୍ୱ ହାସଲ କରିଛି । କ୍ରିକେଟ ବିଶ୍ୱକପ ଚମ୍ପିଆନ୍ ତାଲିକାରେ ନୂଆକରି ସାମିଲ ହୋଇଥିବା ଇଂଲଣ୍ଡ କ୍ରିକେଟ ବିଶ୍ୱକପ ଜିତିବାରେ ସଦ୍ୟମ ବ ୬ଷ୍ଠ ଦେଶ । ପୂର୍ବରୁ ୧୧ ଟି ସଂସ୍କରଣରେ ୫ ଟି ଦେଶ ବିଶ୍ୱ ଚମ୍ପିଆନ ହୋଇଥିଲା ।

ପୂର୍ବରୁ ଖେଳା ଯାଇଥିବା ୧୧ଟି ବିଶ୍ବକପ ମଧ୍ୟରୁ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ରେ ସର୍ବାଧିକ ୫ଥର; ୱେଷ୍ଟଇଣ୍ଡିଜ୍ ୧୯୭୫ ଓ ୧୯୭୯ରେ ଏବଂ ଭାରତ ୧୯୮୩ ଓ ୨୦୧୧ ଦୁଇଥର ଲେଖାଏଁ; ପାକିସ୍ତାନ ୧୯୯୨ରେ ଏବଂ ଶ୍ରୀଲଙ୍କା ୧୯୯୬ ଚମ୍ପିଆନ ହୋଇଛନ୍ତି। କ୍ରିକେଟର ଜନ୍ମଦାତା ଇଂଲଣ୍ଡ ପୂର୍ବରୁ ୧୯୭୯, ୧୯୮୭ ଓ ୧୯୯୨ରେ ୩ଥର ଫାଇନାଲ ଖେଳିଥିଲେ ମଧ୍ୟ ଚମ୍ପିଆନ ହେବାର ସୌଭାଗ୍ୟ ଅର୍ଜନ କରିନଥିଲା। ସେହିପରି ନ୍ୟୁଜିଲାଣ୍ଡ ୨୦୧୫ରେ ପ୍ରଥମ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।

Related posts

ମାତ୍ର କିଛି ମିନିଟରେ ସରିଗଲା ବାରବାଟୀ ମ୍ୟାଚ ଅନଲାଇନ ଟିକେଟ

Odisha Sports Bureau

ଭାରତ ୨ ରନରେ ଜାପାନକୁ ହରାଇଛି

Odisha Sports Bureau

IPL ୨୦୨୬ : ସ୍ଥିର ହେଲା ତାରିଖ, ଏହି ଦଳ ବିପକ୍ଷରେ ଖେଳିବେ ଧୋନୀ !

Odisha Sports Bureau