Cricket

ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି ରାହାଣେ

(ଓଡିଶାସ୍ପୋର୍ଟସ ): ଆଜିଙ୍କ୍ୟ ରାହାଣେ ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି । କାରଣ ସେ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳିପାରନ୍ତି । ଏ ନେଇ ଦୁଇ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଯଦି ଏହି ଆଲୋଚନା ସଫଳ ହୁଏ, ତାହେଲେ ପରବର୍ତ୍ତୀ ସଂସ୍କରଣରେ ରାହାଣେଙ୍କୁ ଦିଲ୍ଲୀ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ।
ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ରାହାଣେଙ୍କୁ ନିଜ ସହ ଯୋଡ଼ିବାକୁ ଚାହୁଁଛି, କିନ୍ତୁ ଏବେ କିଛି ବି କହିବା ଠିକ୍ ହେବନାହିଁ। ଯେହେତୁ ରାହାଣେ ଦୀର୍ଘଦିନ ଧରି ରାଜସ୍ଥାନ ପକ୍ଷରୁ ଖେଳିଆସୁଛନ୍ତି, ତେଣୁ ଏତେ ଶୀଘ୍ର କିଛି ବି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ଯଦି ଉଭୟ ଫ୍ରାଞ୍ଚାଇଜି ମଧ୍ୟରେ ଚୁକ୍ତିକୁ ନେଇ ସହମତି ହୁଏ, ତାହେଲେ ଦିଲ୍ଲୀ ଟିମ୍ ପାଇଁ ଏହା ବହୁତ ବଡ଼ ଫାଇଦା ହେବ।
ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଅଧିକାରୀ କହିଛନ୍ତି, ଯଦି ରାହାଣେ ଟିମକୁ ଆସନ୍ତି, ତାହେଲେ ଏହା ଆମ ପାଇଁ ଭଲ ହେବ। ରାହାଣେଙ୍କ ଆସିବା ଦ୍ୱାରା ଟିମକୁ ଏକ ନୂଆ ଶକ୍ତି ମିଳିବ। ରାହାଣେ ୨୦୦୮ ଓ ୨୦୦୯ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ।

Related posts

ରହମାନଉଲ୍ଲାହଙ୍କୁ ଧୋନିଙ୍କ ଗିଫ୍ଟ

ଏୟାରପୋର୍ଟରେ ଖେଳାଳିଙ୍କ ସାଧାରଣ ଜ୍ଞାନ ପରୀକ୍ଷା

Odisha Sports Bureau

ପାକିସ୍ତାନ ଦଳରେ ବଡ ପରିବର୍ତ୍ତନ; ଉମର ଗୁଲ-ସଇଦ ଅଜମଲଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି

Odisha Sports Bureau