Cricket

ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି ରାହାଣେ

(ଓଡିଶାସ୍ପୋର୍ଟସ ): ଆଜିଙ୍କ୍ୟ ରାହାଣେ ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ରାଜସ୍ଥାନ ରୟାଲସ ପକ୍ଷରୁ ଖେଳି ନପାରନ୍ତି । କାରଣ ସେ ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଖେଳିପାରନ୍ତି । ଏ ନେଇ ଦୁଇ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଯଦି ଏହି ଆଲୋଚନା ସଫଳ ହୁଏ, ତାହେଲେ ପରବର୍ତ୍ତୀ ସଂସ୍କରଣରେ ରାହାଣେଙ୍କୁ ଦିଲ୍ଲୀ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ।
ମିଳିଥିବା ଖବର ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ରାହାଣେଙ୍କୁ ନିଜ ସହ ଯୋଡ଼ିବାକୁ ଚାହୁଁଛି, କିନ୍ତୁ ଏବେ କିଛି ବି କହିବା ଠିକ୍ ହେବନାହିଁ। ଯେହେତୁ ରାହାଣେ ଦୀର୍ଘଦିନ ଧରି ରାଜସ୍ଥାନ ପକ୍ଷରୁ ଖେଳିଆସୁଛନ୍ତି, ତେଣୁ ଏତେ ଶୀଘ୍ର କିଛି ବି ନିଷ୍ପତ୍ତି ନିଆଯାଇପାରିବ ନାହିଁ। ଯଦି ଉଭୟ ଫ୍ରାଞ୍ଚାଇଜି ମଧ୍ୟରେ ଚୁକ୍ତିକୁ ନେଇ ସହମତି ହୁଏ, ତାହେଲେ ଦିଲ୍ଲୀ ଟିମ୍ ପାଇଁ ଏହା ବହୁତ ବଡ଼ ଫାଇଦା ହେବ।
ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ଅଧିକାରୀ କହିଛନ୍ତି, ଯଦି ରାହାଣେ ଟିମକୁ ଆସନ୍ତି, ତାହେଲେ ଏହା ଆମ ପାଇଁ ଭଲ ହେବ। ରାହାଣେଙ୍କ ଆସିବା ଦ୍ୱାରା ଟିମକୁ ଏକ ନୂଆ ଶକ୍ତି ମିଳିବ। ରାହାଣେ ୨୦୦୮ ଓ ୨୦୦୯ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ।

Related posts

ମ୍ୟାଚ ପୂର୍ବରୁ ମହାକାଳଙ୍କ ଶରଣ ପଶିଲେ ଗୌତମ ଗମ୍ଭୀର…

Odisha Sports Bureau

କୋରୋନା ମୁକାବିଲା ପାଇଁ ଆଗେଇ ଆସିଲା ରୋୟଲ୍ସ

Odisha Sports Bureau

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି

Odisha Sports Bureau