Cricket

ବିରାଟଙ୍କ ନାମରେ ଷ୍ଟାଣ୍ଡର ନାମକରଣ

(ଓଡିଶାସ୍ପୋର୍ଟସ ): ଭାରତୀୟ କିକ୍ରେଟ ଟିମର କ୍ୟାପଟେନ ବିରାଟ କୋହଲୀଙ୍କୁ ବଡ଼ ସମ୍ମାନ । ଦିଲ୍ଲୀ ଜିଲ୍ଲା କିକ୍ରେଟ ସଂଘ (ଡ଼ିଡ଼ିସିଏ)ତାଙ୍କୁ ବଡ଼ ସମ୍ମାନ ପ୍ରଦାନ କରିଛି । ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାମକରଣ କୋହଲିଙ୍କ ସମ୍ମାନରେ କରାଯିବ। ଏହି ନିଷ୍ପତ୍ତି ରବିବାର ଡିଡିସିଏ ନେଇଛି। ଡିଡିସିଏ ପକ୍ଷରୁ କୁହାଯାଇଛି ଯେ, କୋହଲିଙ୍କ ଉପଲବ୍ଧିକୁ ଦୃଷ୍ଟିରେ ରଖି ଫିରୋଜ ଶାହ କୋଟଲା ଷ୍ଟାଡିୟମର ଏକ ଷ୍ଟାଣ୍ଡ ତାଙ୍କ ନାଁରେ କରାଯିବ। ଏହାସହ ୧୨ ସେପ୍ଟେମ୍ବରରେ ଟିମ୍ ଇଣ୍ଡିଆକୁ ମଧ୍ୟ ସମ୍ମାନିତ କରାଯିବ।
ଡିଡିସିଏର ଅଧ୍ୟକ୍ଷ ରଜତ ଶର୍ମା କହିଛନ୍ତି, “ବିରାଟ୍ ବିଶ୍ୱ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରି ଡିଡିସିଏକୁ ଗୌରବାନ୍ୱିତ କରିଛନ୍ତି। ଏକାଧିକ ବିଶ୍ୱ କୀର୍ତ୍ତିମାନ ଏବଂ କ୍ୟାପଟେନ୍ ଭାବେ ଅତୁଟ ରେକର୍ଡ କରିଥିବା ବିରାଟଙ୍କୁ ସମ୍ମାନିତ କରିବା ନେଇ ଆମେ ବହୁତ ଖୁସି। ଏହି ସବୁ ସ୍ମୃତିକୁ ସତେଜ କରିବା ପାଇଁ ଡିଡିସିଏ ତାଙ୍କ ନାଁରେ ଏକ ଷ୍ଟାଣ୍ଡ୍ ସମର୍ପିତ କରିବାକୁ ଚାହୁଁଛି। ଦିଲ୍ଲୀର ଯୁବ କ୍ରିକେଟରମାନେ ବିରାଟ୍ କୋହଲି ଷ୍ଟାଣ୍ଡରୁ ପ୍ରେରଣା ପାଇବେ ବୋଲି ଆଶା କରୁଛି।”

Related posts

ଫେବ୍ରୁଆରୀ ୭ରୁ ଟି-୨୦ ବିଶ୍ୱକପ୍

Odisha Sports Bureau

ପରାଜୟ ପରେ ମଧ୍ୟ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ମୋଦି; ବିଶେଷ ଢ଼ଙ୍ଗରେ ଧନ୍ୟବାଦ ଜଣାଇଲେ ଜାଡେଜା

Odisha Sports Bureau

ଅବସର ନେଲେ ଟିମ ଇଣ୍ଡିଆର ଅଲରାଉଣ୍ଡର ଆର ଅଶ୍ୱିନ

Odisha Sports Bureau