More Sports

ସିନସିନାଟି ଫାଇନାଲରେ ବାଜିମାତ କଲେ କିଜ୍

(ଓଡିଶାସ୍ପୋର୍ଟସ ): ରବିବାର ଡବ୍ଲ୍ୟୁଟିଏ ସିନସିନାଟି ମାର୍ଷ୍ଟସ ଟୁର୍ନାମେଣ୍ଟରେ ମାଡିସନ କିଜ୍ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ଶ୍ୱେତଲାନା କୁଜନେସ୍ତୋଭାଙ୍କୁ ୭-୫, ୭-୬ (୭/୫) ସେଟ୍ରେ ହରାଇ ଦେଇଛନ୍ତି। ଏଥିସହିତ ୨୦୧୭ ୟୁଏସ୍ ଓପନ ଉପବିଜେତା ଚଳିତ ସିଜନରେ ଦ୍ୱିତୀୟ ଟାଇଟଲ ଅର୍ଜନ କରିଛନ୍ତି। ତାଙ୍କ କ୍ୟାରିୟରର ମୋଟ ଉପରେ ୫ମ ଟାଇଟଲ। ଏହି ବିଜୟ ଯୋଗୁ ୟୁଏସ୍ ଓପନ ଗୋଟିଏ ସପ୍ତାହ ପୂର୍ବରୁ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍ର ଟପ୍ ୧୦କୁ ଫେରିବା ନିଶ୍ଚିତ ହୋଇଛି। ପୂର୍ବତନ ଦ୍ୱିତୀୟ ର଼୍ୟାଙ୍କ ଖେଳାଳି କୁଜନେସ୍ତୋଭା ଆହତ ସମସ୍ୟା କାରଣରୁ ଚଳିତ ସିଜନର ବହୁ ଇଭେଣ୍ଟରେ ଅଂଶଗ୍ରହଣ କରି ନ ଥିଲେ। ତାଙ୍କୁ ଏଠାରେ ଓ୍ବାଇଲ୍ଡକାର୍ଡ ମିଳିଥିଲା। ସେ ଫାଇନାଲରେ ପ୍ରବେଶ କରିବା ପୂର୍ବରୁ ଟପ୍ ସିଡ୍ ଆଶଲେ ବାର୍ଟି ଓ ୨୦୧୭ ୟୁଏସ୍ ଚାମ୍ପିୟନ ସ୍ଲୋଆନେ ଷ୍ଟିଫେନ୍ସଙ୍କୁ ହରାଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ରୁଷିଆନ ଭେଟେରାନ ୧୧୮ତମ ମାନ୍ୟତାରୁ ୩୧ ତମ ର଼୍ୟାଙ୍କ ଅଧିକାର କରିବେ।

Related posts

କରୋନା ଭାଇରସ ଭୟରେ ଖେଳାଳୀଙ୍କ ସହିତ ହାତ ମିଳାଇବନି ଇଂଲଣ୍ଡ

ମୌମା ଦାସଙ୍କ ସମେତ ମୋଟ ୭ଜଣ ଖେଳାଳିଙ୍କୁ ପଦ୍ମଶ୍ରୀ ପୁରସ୍କାର

Odisha Sports Bureau

ପ୍ରୋ କବାଡ୍ଡୀ ୨୦୧୯: ଦିଲ୍ଲୀ ଉପରେ ବଙ୍ଗଳାର ସହଜ ବିଜୟ

Odisha Sports Bureau