Cricket

ଟୁଇଟରରେ ଅଖତରଙ୍କ ଗୋଡ ଟାଣିଲେ ଯୁବି

(ଓଡିଶାସ୍ପୋର୍ଟସ ): ଲର୍ଡ୍ସରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ ବେଳେ ଇଂଲଣ୍ଡର ପେସ ବୋଲର ନୋଫ୍ରା ଆର୍ଚରଙ୍କ ଏକ ବଲ୍ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ସ୍ମିଥଙ୍କ ମୁଣ୍ଡରେ ଆଘାତ ଦେଇଥିଲା । ଫଳରେ ସେ ଯନ୍ତ୍ରଣାରେ ତଳେ ପଡିଯାଇଥିଲେ । ଏହା ଦେଖି କିଛି ଇଂଲଣ୍ଡ ଖେଳାଳି ସ୍ମିଥଙ୍କ ନିକଟକୁ ଦୌଡ଼ିଥିଲେ, କିନ୍ତୁ ଆର୍ଚର୍ ସ୍ମିଥଙ୍କ ନିକଟକୁ ନ ଯାଇ ନିଜ ବୋଲିଂ ଏଣ୍ଡକୁ ପଳାଇଥିଲେ। ଆର୍ଚରଙ୍କ ଏହି ଆଚରଣକୁ ନେଇ ପାକିସ୍ତାନର ପୂର୍ବତନ ବୋଲର ଅଖତର ଟୁଇଟରରେ ସମାଲୋଚନା କରିବା ବେଲେ କିନ୍ତୁ ଯୁବି (ଯୁବରାଜ ସିଂ) ଅଖଚ୍ଛରଙ୍କ ଗୋଡ ଟାଣିବାକୁ ପଛାଇ ନାହାନ୍ତି ।
ଅଖତର ଟୁଇଟରରେ ଉଲ୍ଲେଖ କରିଛନ୍ତି, ବାଉନ୍ସର ଖେଳର ଏକ ଅଂଶ, କିନ୍ତୁ ଯେବେବି ଜଣେ ବ୍ୟାଟସ୍ ମ୍ୟାନ ଆହତ ହୋଇଥାଏ, ବୋଲର ତା ନିକଟକୁ ଯାଇ ତାର ସ୍ଥିତି ବୁଝିବା କଥା । ଅଖତର ଆହୁରି ଲେଖିଛନ୍ତି, ଯେତେବେଳେ ଏପରି ସ୍ଥିତି ସୃଷ୍ଟି ହେଉଥିôଲା ସେ ବ୍ୟାଟ୍ସ ମ୍ୟାନ ନିକଟକୁ ଦୌଡିଯାଉଥିଲେ । ଅଖତରଙ୍କ ଏହି ଟୁଇଟର ଜବାବରେ ଯୁବି ଉଲ୍ଲେଖ କରିଛନ୍ତି, ହଁ ଆପଣ ବ୍ୟାଟ୍ସମ୍ୟାନଙ୍କ ପାଖକୁ ଯାଇ କହୁଥିଲେ, ଆଶା ଆପଣ ଠିକ୍ ଅଛନ୍ତି, କାରଣ ଆଗକୁ ଆହୁରି ଏମିତି ବଲର ସମ୍ମୁଖୀନ ହେବେ। ଏଥିସହ ଯୁବି ଏକ ହସ ଇମୋଜି ଦେଇଛନ୍ତି ।

Related posts

ୱିକେଟ ନେଇ ସିରାଜ ଦେଲେ ସୁଯୋଗ, ଭାରତୀୟ ବ୍ୟାଟର କରିଲେ ହାତଛଡା

ମାର୍ଚ୍ଚ ୭ରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋ ଖେଳିବେ ନିଜର ୧୦୦ତମ ଟେଷ୍ଟ ମ୍ୟାଚ

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau