Hockey

ବିଜୟ ମୁକୁଟ ପିନ୍ଧିଲେ ଭାରତୀୟ ମହିଳା ହକି ଦଳ

(ଓଡିଶାସ୍ପୋର୍ଟସ ): ବିଜୟର ମୁକୁଟ ପିନ୍ଧିଲେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ଜାପାନରେ ଚାଲିଥିବା ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ ହରାଇଥିବା ବେଳେ ମହିଳା ଦଳ ୨-୧ ଗୋଲରେ ଆୟୋଜକ ଜାପାନକୁ ହରାଇ ଚାମ୍ପିୟନ୍ ହୋଇଛି।
ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ମହିଳା ଫାଇନାଲ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଭାରତ ପକ୍ଷରୁ ନଭଜୋତ୍ କୌର୍ (୧୧ତମ) ଓ ଲାଲରେମସିଆମି (୩୩ତମ) ଗୋଲ୍ ଦେଇଥିବା ବେଳେ ଜାପାନ ପକ୍ଷରୁ ମିନାନି ଶିମିଜୁ (୧୨ତମ) ଗୋଟିଏ ଗୋଲ୍ ସ୍କୋର କରିଥିଲେ।
ମ୍ୟାଚର ପ୍ରଥମ କ୍ୱାର୍ଟରରେ ହିଁ ଭାରତକୁ ସଫଳତା ମିଳିଥିଲା। ଏକାଦଶ ମିନିଟରେ ନଭଜୋତ୍ ଆକର୍ଷଣୀୟ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରାଇଥିଲେ। କିନ୍ତୁ ପରବର୍ତ୍ତୀ ମିନିଟରେ ଜାପାନ ଗୋଲ୍ ପରିଶୋଧ କରିବାରେ ସଫଳ ହୋଇଥିଲେ। ଜାପାନ ପକ୍ଷରୁ ଶିମିଜୁ ଏହି ଗୋଲଟି ଦେଇଥିଲେ। ଏହିପରି ଭାବେ ପ୍ରଥମ କ୍ୱାର୍ଟର୍ ୧-୧ରେ ବରାବର ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏ ଗୋଲ୍ ଦେଇ ସମାନ ସ୍ଥିତିରେ ରହିଥିଲେ।
ତୃତୀୟ କ୍ୱାର୍ଟରରେ ଲାଲରେମଶିଆମି ଭାରତ ପାଇଁ ନିର୍ଣ୍ଣାୟକ ମ୍ୟାଚ୍ ବିଜୟସୂଚକ ଗୋଲ୍ ଦେଇଥିଲେ। ସେ ୩୩ତମ ମିନିଟରେ ଗୋଟିଏ ଗୋଲ୍ ଦେଇଥିଲେ। ଏହା ପରେ ମ୍ୟାଚର ବାକି ସମୟରେ କୌଣସି ଗୋଲ୍ ହୋଇନଥିଲା। ଏଥିସହ ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ମ୍ୟାଚକୁ ଜିତି ନେଇଥିଲା।

Related posts

ମହିଳା ହକି ଟିମ୍ ଇଂଲଣ୍ଡ ବିପକ୍ଷରେ ନିଜର ତୃତୀୟ ମ୍ୟାଚ୍ରେ ‘ଡ୍ର’

Odisha Sports Bureau

ହକି ଟିମକୁ ଭବ୍ୟ ସ୍ୱାଗତ

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓଡିଶାର ୨ ହକି ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର

Odisha Sports Bureau