Cricket

ବକାର ୟୁନୁସ ପାକ କୋଚ ଦୌଡରେ ଆଗରେ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନୀ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ବକାର ୟୁନୁସ ପାକ ରାଷ୍ଟ୍ରୀୟ ଟିମର ବୋଲିଂ କୋଚ ହେବା ଦୌଡରେ ସାମିଲ ହୋଇଛନ୍ତି । ସେ ଗୁରୁବାର ଦିନ ଏହି ପଦ ପାଇଁ ଔପଚାରିକ ରୂପେ ଆବେଦନ କରିଛନ୍ତି । ପାକିସ୍ତାନୀ ମିଡିଆରେ ପ୍ରକାଶିତ ଖବରରୁ ଏହି ସୂଚନା ମିଳିଛି ।

ସୂତ୍ରରୁ ପ୍ରକାଶ, ଏହି ପଦ ପାଇଁ ଯେତେବି ଆବେଦନ ଆସିଛି, ସେସବୁ ମଧ୍ୟରେ ବକାର ସବୁଠାରୁ ଜଣାଶୁଣା ନାମ । ବକାର ଏହା ପୂର୍ବରୁ ଦୁଇ ଥର ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ କୋଚ ରହିଛନ୍ତି । କିନ୍ତୁ ଚଳିତ ଥର ସେ ବୋଲିଂ ପ୍ରଶିକ୍ଷଣ ପାଇଁ ଆବେଦନ କରିଛନ୍ତି । ପାକିସ୍ତାନୀ କ୍ରିକେଟ ବୋର୍ଡ (ପିସିବି)ର ତକ୍ରାଳୀନ ଅଧ୍ୟକ୍ଷ ନଜମ ସେଠିଙ୍କ କାର୍ଯ୍ୟକାଳରେ ସେ ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଥିଲେ । ଏହା ପରେ ମିକି ଆର୍ଥର ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ । କିନ୍ତୁ ଆର୍ଥରଙ୍କ ପ୍ରଶିକ୍ଷଣ ଅନ୍ତର୍ଗତ ୱାର୍ଲଡ କପରେ ଟିମକୁ ସଫଳତା ମିଳି ନଥିବାରୁ ତାଙ୍କୁ ହଟାଇ ଦିଆଯାଇଥିଲା ।

Related posts

ମହିଳା ପ୍ରିମିୟର ଲିଗ ପାଇଁ ଆଜି ହେଉଛି ନିଲାମୀ

Odisha Sports Bureau

ବିଶ୍ୱକପ ମଧ୍ୟରେ ଅବସର ଘୋଷଣା କରିଛନ୍ତି ଇଂଲଣ୍ଡ ଷ୍ଟାର କ୍ରିକେଟର ଡେଭିଡ ୱିଲି

Odisha Sports Bureau

PCBକୁ ICCର ବଡ଼ ଝଟକା, ୪ଟି ଯାକ ଦାବିକୁ କଲା ପ୍ରତ୍ୟାଖ୍ୟାନ

Odisha Sports Bureau