Cricket

ରାଞ୍ଚି ଟେଷ୍ଟରେ ଚମକିଲେ ଆକାଶଦୀପ୍ ;ଘାତକ ବୋଲିଂରେ ଘାଇଲା ଇଲଣ୍ଡ ଟିମ୍

ପ୍ରାରମ୍ବରୁ ଚମତ୍କାର ପ୍ରଦର୍ଶନ କଲେ ଆକାଶ ଦୀପ୍ । ରାଞ୍ଚି ଟେଷ୍ଟରେ ବିପକ୍ଷଙ୍କୁ କାମୁଡାଇଦେଲେ । ଜବରଦସ୍ତ ବୋଲିଂରେ ଦେଖି ଭୟରେ ଭ୍ରମଣକାରୀ ଦଳ ପ୍ରଥମ ସ୍ପେଲ୍ରେ ୩ ଓ୍ବିକେଟ୍ । ଡେବ୍ୟୁ କ୍ୟାପ୍ ପରେ ମା’ଙ୍କ ଠାରୁ ଆଶୀର୍ବାଦ ନେଇ ପଡ଼ିଆକୁ ଓହ୍ଲାଇଥିଲେ ଯୁବ ପେସ୍ ବୋଲର ଆକାଶଦୀପ୍ ସିଂହ । ଆଉ ପ୍ରାରମ୍ଭରୁ ଜଲଓ୍ବା ଦେଖାଇ ଆରମ୍ଭ କରିଦେଇଥିଲେ ବିହାରୀ ବାବୁ। ଗୋଟିଏ ଓଭରରେ ୨ଟି ଓ୍ବିକେଟ୍ ଅକ୍ତିଆର କରି ଲଢେଇ ପାଇଁ ଭ୍ରମଣକାରୀ ଦଳକୁ ଗର୍ଜନ ଦେଇଥିଲେ । ନବମ ଓଭରର ଡକେଟଙ୍କୁ ସୁଇଙ୍ଗ ଜାଲରେ ଫଶାଇ ପ୍ରଥମ ଶିକାର କରିଥିଲେ । ପୁଣି ସେହି ଓଭରରେ ଓଲି ପୋପଙ୍କୁ ଗୋଲ୍ଡେନ ଡକ୍ରେ ଡ୍ରେସଂ ରୁମ୍ ପଠାଇ ଦେଇଥିଲେ ।ନବମ ଓଭରର ଦ୍ବିତୀୟ ବଲରେ ଡକେଟଙ୍କୁ ଓ୍ବିକେଟ୍ କିପରଙ୍କ ପାଖରେ କ୍ୟାଚ୍ ଆଉଟ୍ କରିବା ପରେ ଓଲି ପୋପଙ୍କୁ ଲେଗ୍ ବିଫୋର୍ ଓ୍ବିକେଟ୍ କରିଥିଲେ । ସେହିପରି ୧୧ତମ ଓଭରରେ ଜାକ୍ କ୍ରାଉଲିଙ୍କୁ କ୍ଲିନ୍ ବୋଲ୍ଡ କରି ଇଂଲଣ୍ଡର ଟପ୍ ଅର୍ଡରକୁ ଧ୍ବସ୍ତ କରିଦେଇଥିଲେ । ପ୍ରଥମ ମ୍ୟାଚରେ ଆକାଶଙ୍କ ଇନ୍ ସୁଇଙ୍ଗ୍ ଓ ଆଉଟ୍ ସୁଇଙ୍ଗ୍ରେ ଘାଇଲା ହୋଇଛି ବେନ୍ ଷ୍ଟୋକ୍ସଙ୍କ ଇଂଲିଶ୍ ବାହିନୀ । ବର୍ତ୍ତମାନ ସୁଦ୍ଧା ଆକାଶ ଦୀପ୍ ସିଂହ ୭ ଓଭର ବୋଲିଂ କରି ୩ ଓ୍ବିକେଟ୍ ଅକ୍ତିଆର୍ କରିଛନ୍ତି । ଏହା ପରେ ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜା ସ୍ପିନରେ ଇଂଲଣ୍ଡ ଟିମକୁ ଘାଇଲା କରିଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ଜନି ବେୟାରଷ୍ଟୋଙ୍କୁ ଏଲବିଡବ୍ଲୁ କରିଥିବା ବେଳେ ରବିନ୍ଦ୍ର ଜାଡେଜା ବେନ ଷ୍ଟୋକ୍ସଙ୍କୁ ଆଉଟ୍ କରିଛନ୍ତି । ଲଞ୍ଚ୍ ବ୍ରେକ୍ ସୁଦ୍ଧ ଇଂଲଣ୍ଡ ଦଳ ୫ ଓ୍ବିକେଟ୍ ହରାଇ ୧୧୨ ରନ ସଂଗ୍ରହ କରିଛି ।

 

Related posts

ନ୍ୟୁଜିଲାଣ୍ଡର ବିଶ୍ୱକପ ସ୍ୱପ୍ନ ଧୂଳିସାତ

Odisha Sports Bureau

ଦ୍ରୁତତମ ୧୫ ହଜାର ରନ୍ ସଂଗ୍ରହରେ ଟପରେ ଅଛନ୍ତି ବିରାଟ, ସାମିଲ ହେଇଛନ୍ତି ଷ୍ଟିଭେନ୍ ସ୍ମିଥ

ବିଶ୍ୱକପ ପାଇଁ ଭାରତକୁ କାହିଁକି ଶ୍ରେୟସ୍ ଆୟରଙ୍କ ଭଳି ବିକଳ୍ପ ଖୋଜିବା ଉଚିତ?

Odisha Sports Bureau