Cricket

ବିନା ବୁମରାହରେ ଓହ୍ଲାଇବ ଟିମ୍ ଇଣ୍ଡିଆ; ଭାରତ ଜିତିଲେ ବାଜବଲ ଯୁଗରେ ଇଂଲଣ୍ଡର ଐତିହାସିକ ପରାଜୟ

ଟେଷ୍ଟ ସିରିଜରେ ଖେଳୁନାହାନ୍ତି ଯଶପ୍ରୀତ ବୁମ୍ରା । ଏନେଇ ଚିନ୍ତାରେ ଟିମ ଇଣ୍ଡିଆ । ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ରାଂଚିରେ ଖେଳାଯାଉଛି । ଟିମ୍ ଇଣ୍ଡିଆ ଏପର୍ୟ୍ୟନ୍ତ ଖେଳାଯାଇଥିବା ୩ଟି ଟେଷ୍ଟରେ ୨-୧ରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ଭାରତୀୟ ଦଳ ଆଜିଠାରୁ ଆରମ୍ଭ ହେଇଥିବା ସିରିଜ୍ ଜିତିବାକୁ ଚାହିଁବ । ରାଞ୍ଚି ଟେଷ୍ଟରେ ଭାରତୀୟ ଦଳ ଯଦି ଇଂଲଣ୍ଡ ଦଳକୁ ପରାସ୍ତ କରେ, ତେବେ ଏହା ବାଜବଲ୍ ଯୁଗରେ ଇଂଲଣ୍ଡର ଐତିହାସିକ ପରାଜୟ ହେବ ।ଏବେ ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ସିରିଜରେ ନିଜକୁ ବଜାୟ ରଖିପାରିବ କି ନାହିଁ ତାହା ଦେଖିବା ରୋଚକ ହେବ । ଭାରତ ବିପକ୍ଷରେ ଖେଳାଯାଉଥିବା ସିରିଜକୁ ଇଂଲଣ୍ଡ ବିଜୟ ସହ ଆରମ୍ଭ କରିଥିଲା । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଇଥିଲା, ଯେଉଁଥିରେ ଭ୍ରମଣକାରୀ ଇଂଲଣ୍ଡ ୨୮ ରନ୍ ରେ ବିଜୟୀ ହୋଇଥିଲା । କିନ୍ତୁ ଏହାପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୧୦୬ ରନର ଚମତ୍କାର ବିଜୟ ହାସଲ କରି ୧-୧ ପଏଣ୍ଟରେ ସମାନ କରିଥିଲା । ତେବେ ଆଜି ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ଯଶପ୍ରୀତ ବୁମ୍ରାଙ୍କ ବିନା ପଡ଼ିଆରେ ଖେଳିବ ।

 

Related posts

ଭାରତୀୟ କ୍ରିକେଟ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା

୨ ଓ୍ବିକେଟ୍ ରେ ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

Odisha Sports Bureau

ବିଶ୍ୱକପରେ ଅଧିନାୟକ ଦାୟିତ୍ୱ ଧୋନିଙ୍କୁ ଦିଆଯିବା ଦରକାର: ଅଜୟ ଜାଡେଜା