Cricket

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟନ୍ସ ବଡ ଝଟକା

ନୂଆଦିଲ୍ଲୀ:ଆଇପିଏଲ ରୁ ବାଦ ପଡିଛନ୍ତି ଭାରତର ଷ୍ଟାର ଦ୍ରୁତ ବୋଲର ମହମ୍ମନ ଶାମି । ଶାମି ଆଇସିସି ୱାର୍ଲଡ କପ ୨୦୨୩ ପରଠୁ ସେ ଆଉ ପଡିଆରେ ନଜର ଆସିନାହାନ୍ତି । ଏମିତି କି ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସେ ନଜର ଆସି ନାହାନ୍ତି । ଏହାରି ଭିତରେ ଆଉ ଏକ ଖବର ସାମନାକୁ ଆସୁଛି ଯେ ମହମ୍ମଦ ଶାମି ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରୁ ବାହାର ହୋଇପାରନ୍ତି । ଶାମିଙ୍କୁ ନେଇ ଏବେ ସୁଦ୍ଧା ତାଙ୍କ ଟିମ୍ ଗୁଜରାଟ ଟାଇଟନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସି ନାହିଁ । କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଏକ ସୂତ୍ର ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି । ମହମ୍ମଦ ଶାମି ଯଦି ଆଇପିଏଲ ୨୦୨୪ରୁ ବାହାର ହୁଅନ୍ତି, ତେବେ ଏହା ଗୁଜରାଟ ଟାଇଟନ୍ସ ପାଇଁ ଏକ ବଡ଼ ଝଟକା ହେବ । ଦୁଇ ସଂସ୍କରଣରେ ଗୁଜରାଟ ଟାଇଟନ୍ସରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସକୁ ଯାଇସାରିଛନ୍ତି, ଏବେ ଶାମିଙ୍କ ଟିମରୁ ବାହାର ହେବା ଗୁଜରାଟ ଟାଇଟନ୍ସ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିପାରେ । ସୂଚନା ଅନୁଯାୟୀ , ଶାମିଙ୍କ ବାମ ଗୋଡ଼ରେ ଯେଉଁ ଆଘାତ ଲାଗିଥିଲା, ତାର ସର୍ଜରୀ ପାଇଁ ତାଙ୍କୁ ୟୁକେ ଯିବାକୁ ପଡ଼ିବ ଏବଂ ଏହି କାରଣରୁ ଆଇପିଏଲ ୨୦୨୪ରୁ ବାହାର ହୋଇପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ଶାମି ଆଇପିଏଲ ୨୦୨୩ରେ ପର୍ପଲ କ୍ୟାପ୍ ହୋଲ୍ଡର ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୨୮ ୱିକେଟ୍ ନେଇଥିଲେ । ଏହାସହ ବିଶ୍ୱକପ ୨୦୨୩ରେ ସେ ସବୁଠୁ ଅଧିକ ୱିକେଟ୍ ନେଇଥିଲେ ।

 

Related posts

କ୍ରିକେଟର ରିଷଭ ପନ୍ତଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବାକୁ ସହାୟତା କରିଥିବା ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସମ୍ମାନିତ

Odisha Sports Bureau

ଚର୍ଚ୍ଚାରେ ଚହଲଙ୍କ ୨୦୦ ୱିକେଟ୍ ମାଇଲ୍‌ଖୁଣ୍ଟ

Odisha Sports Bureau

ରିଭ୍ୟୁ ସିଷ୍ଟମର କମାଲ,ଧୋନିଙ୍କ ପାଇଁ ନିଷ୍ପତି ବଦଳିଲେ ଅମ୍ପାୟାର

Odisha Sports Bureau