Cricket

ଆଇପିଏଲ ପୂର୍ବରୁ ଗୁଜରାଟ ଟାଇଟନ୍ସ ବଡ ଝଟକା

ନୂଆଦିଲ୍ଲୀ:ଆଇପିଏଲ ରୁ ବାଦ ପଡିଛନ୍ତି ଭାରତର ଷ୍ଟାର ଦ୍ରୁତ ବୋଲର ମହମ୍ମନ ଶାମି । ଶାମି ଆଇସିସି ୱାର୍ଲଡ କପ ୨୦୨୩ ପରଠୁ ସେ ଆଉ ପଡିଆରେ ନଜର ଆସିନାହାନ୍ତି । ଏମିତି କି ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସେ ନଜର ଆସି ନାହାନ୍ତି । ଏହାରି ଭିତରେ ଆଉ ଏକ ଖବର ସାମନାକୁ ଆସୁଛି ଯେ ମହମ୍ମଦ ଶାମି ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରୁ ବାହାର ହୋଇପାରନ୍ତି । ଶାମିଙ୍କୁ ନେଇ ଏବେ ସୁଦ୍ଧା ତାଙ୍କ ଟିମ୍ ଗୁଜରାଟ ଟାଇଟନ୍ସ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଆସି ନାହିଁ । କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଏକ ସୂତ୍ର ଦ୍ୱାରା ଏହି ସୂଚନା ପ୍ରକାଶ ପାଇଛି । ମହମ୍ମଦ ଶାମି ଯଦି ଆଇପିଏଲ ୨୦୨୪ରୁ ବାହାର ହୁଅନ୍ତି, ତେବେ ଏହା ଗୁଜରାଟ ଟାଇଟନ୍ସ ପାଇଁ ଏକ ବଡ଼ ଝଟକା ହେବ । ଦୁଇ ସଂସ୍କରଣରେ ଗୁଜରାଟ ଟାଇଟନ୍ସରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ମୁମ୍ୱାଇ ଇଣ୍ଡିଆନ୍ସକୁ ଯାଇସାରିଛନ୍ତି, ଏବେ ଶାମିଙ୍କ ଟିମରୁ ବାହାର ହେବା ଗୁଜରାଟ ଟାଇଟନ୍ସ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିପାରେ । ସୂଚନା ଅନୁଯାୟୀ , ଶାମିଙ୍କ ବାମ ଗୋଡ଼ରେ ଯେଉଁ ଆଘାତ ଲାଗିଥିଲା, ତାର ସର୍ଜରୀ ପାଇଁ ତାଙ୍କୁ ୟୁକେ ଯିବାକୁ ପଡ଼ିବ ଏବଂ ଏହି କାରଣରୁ ଆଇପିଏଲ ୨୦୨୪ରୁ ବାହାର ହୋଇପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ଶାମି ଆଇପିଏଲ ୨୦୨୩ରେ ପର୍ପଲ କ୍ୟାପ୍ ହୋଲ୍ଡର ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସେ ମୋଟ ୨୮ ୱିକେଟ୍ ନେଇଥିଲେ । ଏହାସହ ବିଶ୍ୱକପ ୨୦୨୩ରେ ସେ ସବୁଠୁ ଅଧିକ ୱିକେଟ୍ ନେଇଥିଲେ ।

 

Related posts

ପୁଣି ବାପା ହେଲେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା

Odisha Sports Bureau

ମାର୍ଚ୍ଚ ୭ରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋ ଖେଳିବେ ନିଜର ୧୦୦ତମ ଟେଷ୍ଟ ମ୍ୟାଚ

ମ୍ୟାଚ ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ କଲା ଚେନ୍ନାଇ

Leave a Comment