Cricket

କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ

ଭୁବନେଶ୍ୱର: କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇପାରେ ଆଇପିଏଲ ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଦିଲ୍ଲୀର ଘରୋଇ ଗ୍ରାଉଣ୍ଡ ହେଉଛି ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ। ଏଠାରେ ଦଳ ତା’ର ଅଧିକାଂଶ ମ୍ୟାଚ୍ ଖେଳିବ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। କାରଣ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ୍ର ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବାରୁ ପୁଣେ ଓ କଟକରେ ମ୍ୟାଚ ଖେଳାଯାଇପାରେ ବୋଲି କୁହାଯାଉଛି । ସେପଟେ ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ତେଣୁ ଏତେ କମ ସମୟ ମଧ୍ୟରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା ସହଜ ନୁହେଁ । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍ ପୁଣେ ଓ କଟକରେ ଖେଳିବାକୁ ଯାଉଥିବା କୁହାଯାଇଛି। କିନ୍ତୁ ଏକଥା ଆଇପିଏଲ ମ୍ୟାଚ୍ ସୂଚୀ ଘୋଷଣା ହେବା ପରେ ସ୍ପଷ୍ଟ ହେବ।

Related posts

ଜାରି ହେଲା ଟି-ଟ୍ୱେଣ୍ଟି ବିଶ୍ୱକପ ସୂଚୀ

ରୋହିତ ଶର୍ମା ଏବଂ ବିରାଟଙ୍କୁ ସମ୍ମାନ ଜଣାଇଲା ICC

ଧୋନୀଙ୍କୁ ନେଇ ବଡ ଖୁଲାସା କଲେ ପତ୍ନୀ ସାକ୍ଷୀ ଟ୍ଟ..

Odisha Sports Bureau

Leave a Comment