ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦ୍ୱତତୀୟ ଥରପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । କୋହଲି ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ପୁଅ ଜନ୍ମ ହେବା ବିଷୟରେ ସୂଚନା ଦେଇଛନ୍ତି, ଯାହା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଷ୍ଟାର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ମଧ୍ୟ ଖାସ ଅନ୍ଦାଜରେ ବିରାଟ ଓ ଅନୁଷ୍ମାଙ୍କୁ ଶୁଭକାମନା ଜଣାଇଛନ୍ତି । ତେନ୍ଦୁଲକର ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ , ବିରାଟ ଓ ଅନୁଷ୍କାଙ୍କୁ ଆକାୟଙ୍କ ଆଗମନ ପାଇଁ ଅଭିନନ୍ଦନ , ଆପଣଙ୍କ ସୁନ୍ଦର ପରିବାରରେ ଜଣେ ମୂଲ୍ୟବାନ ସଦସ୍ୟ । ଯେପରିକି ତାଙ୍କ ନାମ କୋଠରୀକୁ ଆଲୋକିତ କରେ , ସେହିପରି ସେ ଆପଣଙ୍କ ଦୁନିଆକୁ ଅସୀମ ଆନନ୍ଦ ଏବଂ ହସରେ ପରିପୂର୍ଣ୍ଣ କରନ୍ତୁ । ଦୁଃସାହସିକ କାର୍ଯ୍ୟ ଏବଂ ସ୍କତୃିଗୁଡିକୁ ଏଠାରେ ଅଛି, ଯାହାକୁ ତୁମେ ସବୁଦିନ ପାଇଁ ମନେ ରଖିବ । ଦୁନିଆକୁ ସ୍ୱାଗତ, ଲିଟିଲ ଚାମ୍ପ’ ।
ଖବର ମୁତାବକ , ପୁତ୍ର ସନ୍ତାନ ଜନ୍ମ ହେବା ପରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିଜ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେମାନେ ଲେଖିଛନ୍ତି, ‘ ବହୁତ ଖୁସି ଏବଂ ପ୍ରେମଭରା ହୃଦୟର ସହିତ ଏହା କହି ଖୁସି ଲାଗୁଛି ଯେ ଫେବୃୟାରୀ ୧୫ ରେ ଆମେ ଆମର ବେବି ବୟ ‘ଅକାୟ’ ତଥା ଭାମିକାର ସାନଭାଇକୁ ଦୁନିଆକୁ ସ୍ୱାଗତ କରିଛୁ’ ।
previous post