Cricket

ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ

ବେଙ୍ଗଲୁରୁ: ଶେଷ ବଲରେ ଛକା ମାରି ଜିତିଲା ମୁମ୍ବ୍ଧବ । ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଥିଲା ବେଶ ରୋମାଞ୍ଚକର ।ଗତ କାଲି ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍ମରଣ ଆରମ୍ଭ ହୋଇଛି । ବେଙ୍ଗାଲୁରୁ ଏମ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ଛକା ମାରି ଦିଲ୍ଲୀକୁ ପରାସ୍ତ କରିଛି । ଟସ ହାରି ପ୍ରଥାମେ ବ୍ୟାଟିଙ୍ଗ କରି ଦ୍ୱିଲ୍ଲୀ ୫ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିଥିଲା । କେରଳର ସଜୀବନ ସଜନା ଅନ୍ତିମ ବଲରେ ଆସିସ କ୍ୟାପସିଙ୍କୁ ଛକାମାରି ମୁମ୍ବାଇକୁ ବିଜୟ ଦେଇ ଥିଲେ । ଦଳ ପକ୍ଷରୁ ୟସ୍ତିକା ଭାଟଇଆ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ । ଅର୍ଦ୍ଧ ଶତକୀୟ ପାଳି ଖେଳିଥିବା ହରମନପ୍ରୀତ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

Related posts

ପେଟା ଇଣ୍ଡିଆନ ପକ୍ଷରୁ କୋହଲିଙ୍କୁ ‘ପର୍ସନ ଅଫ ଦି ଇୟର’

Odisha Sports Bureau

ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳର ଜବରଦସ୍ତ ବିଜୟ

Odisha Sports Bureau

ସୁରେଶ ରାଇନା ଏମିତି ହିଁ ହୋଇନାହାଁନ୍ତି ଭାରତର ପ୍ରଥମ ଏବଂ ଦୁୁନିଆର ତୃତୀୟ ବ୍ୟାଟ୍ସ୍ ମ୍ୟାନ୍

Odisha Sports Bureau