Cricket

ସଫଳ ହୋଇଛି ଶାମିଙ୍କ ସର୍ଜରୀ , ମେଡିକାଲରୁ ସେୟାର କଲେ ଫଟେରା

ସଫଳ ହୋଇଛି ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସର୍ଜରୀ । ତେବେ ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଶାମି ଟିମରୁ ବାଦ ପଡିଛନ୍ତି । ବିଶ୍ୱ କପରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଏବେ ତାଙ୍କ ଗୋଇଠି ସର୍ଜରୀ ସଫଳ ହୋଇଥିବା କୁହାଯାଉଛି । ସର୍ଜରୀ ପରେ ତାଙ୍କର ମେଡିକାଲର ଫୋଟ ସୋସିଆଲ ମିଟିଆରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହିତ ଭାବପିହ୍ୱଳ ପୂର୍ଣ୍ଣ ମେସେଜ ମଧ୍ୟ ସେୟାର କରିଛନ୍ତି । ଶାମିି ତାଙ୍କ ମେସେଜରେ ଲେଖିଛନ୍ତି ଯେ, ଗୋଇଠି ସର୍ଜରୀ ସଫଳ ହୋଇଛି, ଭଲ ହେବା ପାଇଁ କିଛି ଦିନ ସମୟ ଲାଗିବ, ମୁଁ ନିଜ ଗୋଡରେ ପୁଣିଥରେ ଠିଆ ହେବ ପାଇଁ ଖୁବ ଉତ୍ସାହିତ ରହିଛି ।
ତେବେ ଏହି ସର୍ଜାୀ ପାଇଁ ଶାମି ଆଇପିଏଲ -୨୦୨୪ ରୁ ବାଦ ପଡିଛନ୍ତି । ଶାମିଙ୍କ ବାଦ ପଡିବା ଯୋଗୁଁ ଗୁଜୁରାଟ ଟାଇଟନ୍ସକୁ ଏକ ଶକ୍ତ ଝଟକା ଦେଇଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ଶାମି ଶେଷ ଥର ପାଇଁ ଖେଳୁଥିବାର ନଜର ଆସିଥିଲେ ।

Related posts

ରୋହିତ ଶର୍ମାଙ୍କୁ କିଣିବାକୁ ଚାହୁଁଛି ପଞ୍ଜାବ କିଙ୍ଗସ!

Odisha Sports Bureau

ଫିଟନେସ ଅସ୍ଥିରତା ଯୋଗୁ ଗୌହାଟୀ ଟେଷ୍ଟ ଖେଳି ନପାରନ୍ତି ଶୁଭମନ ଗିଲ

Odisha Sports Bureau

ଇଂଲଣ୍ଡ–ନ୍ୟୁଜିଲାଣ୍ଡ ମ୍ୟାଚ୍ ଉପରେ ନିର୍ଭର କରୁଛି ପାକିସ୍ତାନର ଭାଗ୍ୟ

Odisha Sports Bureau