Cricket

ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର

କମବ୍ୟକ କରିବେ ଶ୍ରେୟସ ଆୟର । ନିଜକୁ ଫିଟ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟର ଶେୟସ ଆୟର । ଏହା ସହ ରଣଜୀ ଟ୍ରଫି ୨୦୨୪ରେ ମୁମ୍ବାଇର ଆଗାମୀ ସେମି ଫାଇନାଲ୍ ମଧ୍ୟ ଖେଳିବେ । ମୁମ୍ବାଇ ବାନ୍ଦ୍ରାର ବିକେସି ପଡିଆରେ ଖେଳା ଯାଇଥିବା କ୍ଵାର୍ଟର ଫାଇନାଲ୍ରେ ବରୋଦା ବିପକ୍ଷରେ ମ୍ୟାଚ୍ ଡ୍ର ରଖିଥିଲା ମୁମ୍ବାଇ। କିନ୍ତୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିଛି। ମୁମ୍ବାଇ ମାର୍ଚ୍ଚ ୨ରେ ଦ୍ଵିତୀୟ ସେମି ଫାଇନାଲ୍ରେ ତାମିଲନାଡ଼ୁକୁ ଭେଟିବାକୁ ଥିବା ବେଳେ ଏହି ମ୍ୟାଚ୍ରେ ଖେଳିବେ ଶ୍ରେୟସ ଆୟର ।
ତେବେ ଶ୍ରେୟସ ଆୟରଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ତିନି ମ୍ୟାଚ୍ ପାଇଁ ଭାରତୀୟ ଦଳରୁ ବାଦ୍ ଦିଆଯାଇଥିଲା। ବିଶାଖାପଟନମରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ବ୍ୟାଟିଂ ସମୟରେ ପିଠିରେ ଯନ୍ତ୍ରଣା ହେଉଥିବା କହିଥିଲେ ଶ୍ରେୟସ। ତେଣୁ ତାଙ୍କୁ ରେଷ୍ଟ ଦେବାପାଇଁ ଦଳରୁ ବାଦ ଦିଆଯାଇଥିଲା । ବତର୍୍ମାନ ଶ୍ରେୟସ ଆୟର ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି ଯେ, ସେ ଫିଟ୍ ଅଛନ୍ତି ଏବଂ ରଣଜୀ ଟ୍ରଫିର ସେମି ଫାଇନାଲ୍ରେ ଦଳ ପକ୍ଷରୁ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।
ସୂଚନା ଅନୁଯାୟୀ, ଫିଟ୍ ଥାଇ ରଣଜୀ ଟ୍ରଫି ନ ଖେଳି ଆଇପିଏଲକୁ ଗୁରୁତ୍ଵ ଦେଉଥିବା ଖେଳାଳିଙ୍କ ପ୍ରତି ବିସିସିଆଇ ଖପ୍ପା ରହିଛି। ଏହି ପରିପ୍ରେକ୍ଷୀରେ ବୋର୍ଡ ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରୁଛି। ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ଦିଆଯାଇପାରେ ବୋଲି କୁହାଯାଉଛି।

 

Related posts

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂ

Odisha Sports Bureau

କ୍ରିକେଟରୁ ଅବସର ନେବେ ଶ୍ରୀଲଙ୍କାର ଦ୍ରୁତ ବୋଲର

Odisha Sports Bureau

କିକ୍ରେଟକୁ ଅଲବିଦା କଲେ ଇରଫାନ ପଠାନ

Odisha Sports Bureau