Cricket

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜରେ ସ୍ଥାନପାଇଲେନି ରିଙ୍କୁ ସିଂ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ବିରାଟ, ରୋହିତ, ସାମିଙ୍କ ଭଳି ବରିଷ୍ଠ ଖେଳାଳି ମାନେ ଏହି ଟି୨୦ରୁ ବାଦ ପଡିଛନ୍ତି । ତେବେ ଏହି ଟିମରେ ରିଙ୍କୁ ସିଂ ମଧ୍ୟ ସ୍ଥାନ ପାଇନାହାନ୍ତି । ଯାହାକି ପ୍ରଂଶସକଙ୍କୁ ନିରାଶ କରିଛି । ଆଇପିଏଲରେ ରିଙ୍କୁ ଦମଦାର ପ୍ରଦର୍ଶନ କରିଥିଲେ । ତେଣୁ ତାଙ୍କୁ ଟି-୨୦ରେ ସ୍ଥାନ ମିଳିବ ବୋଲି କ୍ରିକେଟପ୍ରେମୀ ଆଶା ପ୍ରକାଶ କରିଥିଲେ । କୋଲକାତା ପାଇଁ ବିଧ୍ୱଂସୀ ଇନିଂସ ଖେଳୁଥିବା ରିଙ୍କୁଙ୍କୁ ଟିମ୍ ଇଣ୍ଡିଆର ଆଗାମୀ ଫିନିସର ବୋଲି କୁହାଯାଉଥିଲା । ଏପରିକି ତାଙ୍କୁ ତୁରନ୍ତ ଟିମ୍ ଇଣ୍ଡିଆରୁ ଡାକରା ଆସିବ ବୋଲି ମଧ୍ୟ କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଥିଲେ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁ ସ୍ଥାନ ନ ପାଇବାରୁ ବିସିସିଆଇ ଉପରେ କ୍ରୋଧ ପ୍ରକାଶ କରିଛନ୍ତି କ୍ରିକେଟପ୍ରେମୀ । ରିଙ୍କୁ ଦଳରେ ସ୍ଥାନ ନ ପାଇବା କାରଣରୁ ସୋସିଆଲ ମିଡ଼ିଆରେ ଉଭୟ ବିସିସିଆଇ ଓ ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ ।ଟିମ ଇଣ୍ଡିଆ ପାଇଁ ଧୋନୀଙ୍କ ଭଳି ଫିନିସର ଖେଳାଳି ଅବଶ୍ୟକ ଥିବା ବେଳେ ରିଙ୍କୁ ସିଂଙ୍କୁ ସ୍ଥନ ମିଳିନଥିବାରୁ ଟ୍ୱିଟ ମାଧ୍ୟମରେ ବିସିସିଆଇକୁ ଟାର୍ଗେଟ କରିଛନ୍ତି କ୍ରିକେଟ ପ୍ରେମୀ । ଧୋନୀ ଓ ରିଙ୍କୁଙ୍କ ରେକର୍ଡର ଫଟୋ ସେୟାର କରି ଲେଖିଛନ୍ତି ରିଙ୍କୁଙ୍କ ଭଳି ପ୍ରତିଭାକୁ ଅଣଦେଖା କରାଯାଉଛି । ଏହାଦ୍ୱାରା ଟିମ୍ ଇଣ୍ଡିଆ କ୍ଷତିଗ୍ରସ୍ତ ହେଉଛି । ଗତ ଆଇପିଏଲରେ ରିଙ୍କୁ ୧୪ଟି ମ୍ୟାଚରୁ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୪୭୪ ରନ୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖାସକରି ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଶେଷ ଓଭରରେ ୫ ଛକା ମାରି ରାତାରାତି ଷ୍ଟାର ପାଲଟିଯାଇଥିଲେ ରିଙ୍କୁ ସିଂ ।

 

Related posts

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍

ଏହି ICC ପୁରସ୍କାର ପାଇଁ ବୁମରାହ ଏବଂ ସାମସନଙ୍କ ମଧ୍ୟରେ ପ୍ରତିଯୋଗିତା, କିଏ ଜିତିବ?

Odisha Sports Bureau

ଦକ୍ଷିଣ ଆଫ୍ରିକାର ଷ୍ଟାର୍ ୱିକେଟ୍ କିପର ବ୍ୟାଟର ହେନରିକ୍ କ୍ଲାସେନ ଇଣ୍ଟରନ୍ୟାସନାଲ୍ କ୍ରିକେଟରରୁ ସନ୍ନ୍ୟାସ ନେଇଛନ୍ତି