Cricket

ବାଂଲାଦେଶ ଟିମକୁ ଝଟକା: ବିଶ୍ୱକପ୍ ପୂର୍ବରୁ ଅବସର ନେଲେ କ୍ୟାପଟେନ୍ ତାମିମ୍ ଇକବାଲ୍

ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜନ ହେବାକୁ ଯାଉଛି । ଏହି ବିଶ୍ୱକପ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ ତାମିମ୍ ଇକବାଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଅବସର ପରେ ୩୪ ବର୍ଷିୟ ତାମିମ୍ ଇକବାଲଙ୍କ ୧୬ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ସମାପ୍ତ ହେବାକୁ ଯାଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ତାମିମ୍ ଇକବାଲ ଏହି ଅବସର ଘୋଷଣା କରିଥିଲେ । ତାମିମ୍ ଇସ୍ତଫା ଦେବା ପରେ ବାଂଲାଦେଶ କ୍ରିକେଟ ଟିମର କିଏ ଅଧିନାୟକ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଶାକିବ ଅଲ୍ ହସନ ଟି-୨୦ ରେ ଅଧିନାୟକ ଥିବା ବେଳେ ଲିଟନ ଦାସ ଟେଷ୍ଟ ଫର୍ମାଟ ପାଇଁ କ୍ୟାପଟେନ ରହିଛନ୍ତି ।

ତାମିମ୍ ଇକବାଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ୭୦ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୫୧୩୪ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୧୦ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିଭଳି ଏକଦିବସୀୟ ମ୍ୟାଚରେ ତାମିମ୍ ମୋଟ ୮୩୧୩ ରନ୍ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ୧୪ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପଟେ ଫଟାଫଟ୍ କ୍ରିକେଟ ଟି-୨୦ରେ ତାମିମ୍ ୭୮ଟି ମ୍ୟାଚ୍ ଖେଳି ୧୭୫୮ ରନ୍ ସଂଗ୍ରହ କରିଥିଲେ । ଟି-୨୦ ଫର୍ମାଟରେ ତାମିମ୍ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ କରିବାରେ ସଫଳ ହୋଇଥିଲେ । ବାଂଲାଦେଶ ଚଟଗାଓଁ ଠାରେ ଆଫଗାନିସ୍ତାନ ଠାରୁ ୧୭ ରନରେ ପରାଜିତ ହେବା ପରେ ତାମିମ୍ ଏଭଳି ନିଷ୍ପତ୍ତି ନେଇଥିବା କଥା କୁହାଯାଉଛି । ସାମ୍ବାଦିକ ସମ୍ମିଳନୀରେ ତାମିମ ଭାବବିହ୍ୱଳ ହୋଇ ଅବସର ଘୋଷଣା କରିଥିବା ଦେଖିବାକୁ ମିଳିଛି ।

Related posts

ଧୋନୀଙ୍କୁ ନେଇ ବଡ ଖୁଲାସା କଲେ ପତ୍ନୀ ସାକ୍ଷୀ ଟ୍ଟ..

Odisha Sports Bureau

ୱାନ ଡେ ବିଶ୍ୱକପର କ୍ୱାଲିଫାୟର ସୂଚୀ ଜାରି କଲା ଆଇସିସି

ଭିଭିଏସ୍ ଲକ୍ଷ୍ମଣ ୧୮ ବର୍ଷ ପରେ ଖୋଲିଲେ ରହସ୍ୟ, କଲିକତାର ୨୮୧ ରନ୍ କୁ ନୁହେଁ ଏହି ପାରିକୁ କହିଥିଲେ ମୁଖ୍ୟ

Odisha Sports Bureau